ଜୁଲାଇ ୮ରେ ଖୋଲିପାରେ ରତ୍ନଭଣ୍ଡାର

ଜୁଲାଇ ୮ ତାରିଖରେ ଖୋଲିପାରେ ଶ୍ରୀମନ୍ଦର ରତ୍ନଭଣ୍ଡାର।  ଜୁଲାଇ ୮ରୁ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବା ନେଇ ମିଳିଛି ସୂଚନା।

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲିବା ନେଇ ବୈଠକ ବସିପାରେବୋଲି ଜଣାପଡ଼ିଛି। ଜୁଲାଇ ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ ଅରିଜିତ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଜୁଲାଇ ୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଜଷ୍ଟିସ ପଶାୟତ ରହିବାର କାର୍ଯ୍ୟକ୍ରମ ରହିଛି। କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ମନ୍ତ୍ରୀ କହିଛନ୍ତି ଯେ, ନିଷ୍ପତ୍ତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ଏଥିଲାଗି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ। ତେବେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ।ଏହି ଗୁଜବକୁ ଲୋକେ ବିଶ୍ବାସ ନକରନ୍ତୁ ବୋଲି ଆଇନ ମନ୍ତ୍ରୀ ନିବେଦନ କରିଛନ୍ତି। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜା କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ଏହାସ୍ୱାଗତ ଯୋଗ୍ୟ ପଦକ୍ଷେପ । ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ଏହା ପୂର୍ବରୁ ମରାମତି ଆବଶ୍ୟକତା ରହିଛି ବୋଲି ଏଏସଆଇ କହିଥିବାରୁ

ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ରତ୍ନଭଣ୍ଡାର କୁ ନେଇ ବିଜେପି ଯେଉଁ ରାଜନୀତି କରୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ କ୍ଷାନ୍ତ ରହିବା ଦରକାର । ରତ୍ନ ଭଣ୍ଡାର ଖୋଲିବା ନ ଖୋଲିବା ସରକାରଙ୍କ ଉପରେ ନିର୍ଭର କରେ କିନ୍ତୁ ଏହାକୁ ନେଇ ରାଜନୀତି କରାନଯାଉ।

ସେପଟେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବ, ଯାହା ଚୋରି ହୋଇଛି ତାହାର CBI ତଦନ୍ତ ହେବ ଏବଂ ଡକାୟତ ଓ ଲୁଟେରା ଙ୍କୁ ଦଣ୍ଡ ମିଳିବ।  

ତେବେ ଶେଷ ଥର ଲାଗି ଜୁଲାଇ ୧୪, ୧୯୮୫ରେ ରତ୍ନଭଣ୍ଡାର ଖୋଲି ଗଣତି ହୋଇଥିଲା। ଏବଂ ପରେ ମେ ୧୩ ଓ ଜୁଲାଇ ୨୩, ୧୯୭୮ରେ ବି ଦୁଇ ଥର ଖୋଲିଥିଲା ରତ୍ନଭଣ୍ଡାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *