ସ୍ଥାନୀୟ ଲୋକଙ୍କ ସହାୟତାରେ ଏଡିଲା ଏକ ଅଘଟଣ

ହାଇଦ୍ରାବାଦ: ତେଲେଙ୍ଗାନାର ମେହବୁବ ନଗରରେ ଏକ ବଡ ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଲା ସ୍କୁଲ ବସ୍। ଶୁକ୍ରବାର ଦିନ ବନ୍ୟା ଯୋଗୁଁ ପାଣିରେ ଉବୁଟୁବୁ ରାସ୍ତାଘାଟ । ଏଠାରେ ଏକ ସ୍କୁଲ ବସ ପିଲାଙ୍କୁ ନେଇ ଯାଉଥିବା ବେଳେ  ପ୍ରାୟ ଅଧା ବନ୍ୟା ଜଳରେ ବୁଡି ଯାଇଥିଲା। ଏହି ବସରେ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ବସରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ବସରୁ ଉଦ୍ଧାର ସମୟର  ଭିଡିଓ ଏବେ ସାମ୍ନାକୁ ଆସିଛି।

ମେହବୁବ ନଗରର ଡେପୁଟି କମିଶନର କହିଛନ୍ତି ଯେ, ଏହି ଘଟଣା ସକାଳ ପ୍ରାୟ ୯ଟା ବେଳେ ଘଟିଛି। ୨୦ଜଣ ପିଲାଙ୍କୁ ନେଇ ଯାଉଥିବା ବସ୍ ମାଚନପଲ୍ଲୀ ଏବଂ ସିଗୁର ଗଡ୍ଡା ଟଣ୍ଡା ମଧ୍ୟରେ ଥିବା ଅଣ୍ଡରପାସରେ ଫସି ଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ବସ୍ ଡ୍ରାଇଭର ପିଲାମାନଙ୍କୁ ସକାଳୁ ସ୍କୁଲକୁ ନେଇଯାଉଥିବା ସମୟରେ ଏହି ଅଘଟଣା ଘଟିଛି। ବସ୍ ଡ୍ରାଇଭରକୁ ପାଣିର ଗଭୀରତା ବିଷୟରେ ଜଣାନଥିଲା। ଯେଉଁଥିପାଇଁ ବସଟି ବନ୍ୟା ଜଳରେ ଅଧା ବୁଡିଯାଇଥିଲା। ସ୍ଥାନୀୟ ଲୋକମାନେ ବସ ବୁଡିଯିବାର ଦେଖି ଧାଇଁ ଯାଇ ପିଲାମାନଙ୍କୁ ବସ ଭିତରୁ ବାହାର କରିଥିଲେ।

ଲୋକଙ୍କ ସହାୟତାରେ ସମସ୍ତ ପିଲାମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ଏଥିରେ କୌଣସି ପିଲାମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହାପରେ ବସଟିକୁ ପାଣି ଭିତରୁ ବାହାର କରାଯାଇଥିଲା।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *