school

  • ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ

    ପୁରୀ: ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିବେ। ଏଥିସହିତ ଏହି କ୍ୟାମ୍ପସ ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳ ଜଗାଦର୍ଶନ କରିଛନ୍ତି। କେନ୍ଦ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚୀ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ  ବଡଦାଣ୍ଡର ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବେ । ସମସ୍ତ ବେଦ ଗୁଡ଼ିକର ଉଚ୍ଚ ଅଧ୍ୟୟନ, ଭାରତୀୟ ଜ୍ଞାନ ପ୍ରଣାଳୀ, ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦କୁ ଆଗେଇ ନେବା ଦିଗରେ ଓଡ଼ିଶା ପାଇଁ ଆସନ୍ତାକଲି ଏକ ମହତ୍ୱପୂର୍ଣ୍ଣ ଦିନ । ଶ୍ରୀଯୁକ୍ତ ପ୍ରଧାନ ଦୀର୍ଘଦିନ ଧରି ଏହି ଶିକ୍ଷାନୀତି କୁ ଆଗେଇ ନେବାପାଇଁ କାର୍ଯ୍ୟ କରି ଆସିଛନ୍ତି । ଯାହାଫଳରେ ଆଜି ଏଭଳି ଏକ ପ୍ରତିଷ୍ଠାନ ଆରମ୍ଭ  ହେବାକୁ ଯାଉଛି। ଛାତ୍ର ମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର, କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବା ଏହି କେନ୍ଦ୍ରର ମୂଳଲକ୍ଷ୍ ରହିବ। ଏହା ସହ କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି ।

  • ସ୍କୁଲ ଗେଟରେ ପଡିଲା ତାଲା

    କେନ୍ଦ୍ରାପଡା: ଶିକ୍ଷା ବିଭାଗ ଉପରେ ଅସନ୍ତୁଷ୍ଟ ହୋଇ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ସମୟରେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷା ଥିବାବେଳେ, କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଶ୍ୟାମ ସୁନ୍ଦରପୁର ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ଶିକ୍ଷକ ନିରଞ୍ଜନ ମଲ୍କିକ ଗତ 28 ତାରିଖରେ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହୋଇଥିଲେ। ତେବେ ଶିକ୍ଷକଙ୍କ ବଦଳି କୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ପୁନର୍ବାର ବିଦ୍ୟାଳୟକୁ ଅଣାନଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟରେ ତାଲା ପଡିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

    ସେପଟେ ଛାତ୍ରଛାତ୍ରୀଙ୍କ ତାଲା ପକାଇବା ଘଟଣାକୁ ସ୍କୁଲ କମିଟି ସମର୍ଥନ କରିଛି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।  ସ୍ଥାନୀୟ କ୍ଲଷ୍ଟର ଲିଡର ଛାତ୍ରଛାତ୍ରୀଙ୍କୁ ସ୍କୁଲ ତାଲା ଖୋଲିବା ପାଇଁ ନିବେଦନ କରିଥିଲେ ବି କିଛି ଲାଭ ହୋଇନି।

    ତେବେ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।

  • ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ

    ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସୋହେଲା ବ୍ଲକ ବ୍ରାହ୍ମଣଡିହି ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିଦ୍ୟାଳୟର ଶିକ୍ଷକଙ୍କୁ ଅସୁସ୍ଥ ଥିବା ନେଇ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସୋହେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପାଞ୍ଚରୁ ଦଶ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନରେ କିଛି ବିଶାକ୍ତ ଜିନିଷ ପଡିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

  • ମନ୍ତ୍ରୀଙ୍କୁ ଘେରିଲେ ସାଧାରଣ ଲୋକେ

    କେନ୍ଦ୍ରାପଡା: ଆଦର୍ଶ ବିଦ୍ୟାଳୟର ନିମ୍ନମାନର କାମକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ସାଧାରଣ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ। ସୂଚନା ଅନୁଯାୟୀ, ୭ କୋଟି ୯୧ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ଆଦର୍ଶ ବିଦ୍ୟାଳୟ। ତେବେ ଏହି ନିର୍ମାଣଧିନ ବିଦ୍ୟାଳୟର ସମୀକ୍ଷା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚିଥିଲେ। କାର୍ଯ୍ୟର ସମୀକ୍ଷା ପୂର୍ବରୁ ମନ୍ତ୍ରୀଙ୍କୁ ନିମ୍ନ ମାନର କାମକୁ ନେଇଁ ଏବଂ ବିନା ନାମଫଳକ ବୋର୍ଡରେ କାର୍ଯ୍ୟ କରାଯାଉଥିବା ନେଇ ମନ୍ତ୍ରୀଙ୍କୁ ଘେରିଥିଲେ ସାଧାରଣ ଲୋକେ। ଏପରି ଘଟଣାରେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଉଦେଶ୍ୟରେ ବିନା ନାମ ଫଳକ ବୋର୍ଡରେ କାମ କରାଯାଉଥିବା ଅଭିଯୋଗକ ହେଉଛି। ତେବେ ବିନା ନାମ ଫଳକ ବୋର୍ଡରେ କାମ ହେଇପାରିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଏହାସହ ମନ୍ତ୍ରୀ ଆସିବା କଥା ଜାଣି ବିଦ୍ୟାଳୟରେ ବାଲି ପରିବର୍ତ୍ତେ ମାଟି ଫିଲିଙ୍ଗ କରି ସମ୍ପୃକ୍ତ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ ହେଇଛି। ଏନେଇ ତୁରନ୍ତ ନାମ ଫଳକ ବୋର୍ଡ ଲଗାଯିବା ସହିତ କିପରି ସଠିକ ଢଙ୍ଗରେ କାମ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ମନ୍ତ୍ରୀ ତାଗିତ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

  • ବିଦ୍ୟାଳୟରେ ଝୁଲୁଛି ତାଲା

    ଗଞ୍ଜାମ: ପାଠପଢା ସମୟରେ ବିଦ୍ୟାଳୟରେ ଝୁଲୁଛି ତାଲା। ଆଉ ବାରଣ୍ଡାରେ ବସି ଶିକ୍ଷକଙ୍କୁ ଅପେକ୍ଷା କରିରହିଛନ୍ତି ଛାତ୍ରଛାତ୍ରୀ। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟ ନଗର ବ୍ଲକ ରଘୁନାଥପଲ୍ଲୀ ପ୍ରାଥମିକ ବିଦ୍ୟାଳୟର। ଏଠି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସମସ୍ତ ସୁବିଧା ସତେ ଜେମିତି ସ୍ୱପ୍ନ ପାଲଟିଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଆଉ ସେମାନଙ୍କ ପାଇଁ ନିଜୁକ୍ତି ପାଇଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ। ମୋଟା ଅଙ୍କର ଦରମା ନେଇ ନିଜର କାର୍ଯ୍ୟ ସୂଚାରୁ ପୂପେ ତୁଲାଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିବା ବେଳେ ଅନେକ ସମୟରେ ଶିକ୍ଷକଙ୍କ ଦେଖା ମିଳୁନି। ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ବେଳେ ୫ ଟଙ୍କିଆ ବିସ୍କୁଟ ଦେଇ ସମୟ ପୂର୍ବରୁ ସ୍କୁଲରେ ତାଲା ପକେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାୟବ ହେଇଯାଉଥିବା ଅଭିଯୋଗ ହୋଇଛି।

    ଅନ୍ୟପଟେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବର୍ଷ ତମାମ ବାରଣ୍ଡାରେ ବସି ପାଠପଢୁଛନ୍ତି। ଅଧିକ ଶ୍ରେଣୀ ଗୃହ ନିର୍ମାଣ କରିବା , ପିଲାମାନେ ବାରଣ୍ଡେରେ ବସି ପାଠ ପଢିବା  ଆଦି ଖବର ଉପରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଅଧିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ।

    ଏଠି ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଖାଦ୍ୟ ଖାଉଛି କିଏ? କାହିଁକି ବନ୍ଦ ରହୁଛି ମଧ୍ୟାନ ଭୋଜନ ରୋଷେଇ? କାହା ବଳରେ ବିଦ୍ୟାଳୟ ସମୟରେ ତାଲାପକାଇ ଫେରାର ହେଉଛନ୍ତି ଶିକ୍ଷକ? କାହିଁକି ଏଭିଯୋଗ ପରେ ବି ଏହି ଶିକ୍ଷକଙ୍କ ଉପରେ ନିଆଯାଉନି କୌଣସି କାର୍ଯ୍ୟାନୁଷ୍ଠାନ? ଆଉ କେବେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକିରହିଲା ।

  • ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର

    ମାଲକାନଗିରି: ଦୀର୍ଘଦିନ ଧରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଜାରୀ ରହିଛି ଅବ୍ୟବସ୍ଥା। ଏନେଇ ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା କର୍ଣ୍ଣପାତ କରୁନାହାନ୍ତି। ପ୍ରତି ମାସରେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳକୁ ହଷ୍ଟେଲର ୱାର୍ଡନ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ୱାର୍ଡନଙ୍କ ଝିଅକୁ ଧରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି। ଏପଟେ ହଷ୍ଟେଲରେ ପାନୀୟ ଜଳର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ତା ନ ଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଛାତ୍ର ମାନେ ଡ୍ରେନ ସଫା କରୁଥିବା ବେଳେ ୱାର୍ଡନଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ଅତିଷ୍ଠ ହୋଇ ପ୍ରାୟ 15 ରୁ 20 ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି।

  • ୧୨ ଛାତ୍ରଛାତ୍ରୀ ଗୁରୁତର

    ମାଲକାନଗିରି: ମାଲକାନଗିରି ପଡିଆ ବ୍ଲକ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ୧୨ ଛାତ୍ରଛାତ୍ରୀ ଗୁରୁତର। ତିନି ଦିନରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ୧୨ ଗୁରୁତର ଛାତ୍ରଛାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲା ଚିକିତ୍ସାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  ହୋଇଛି। ଛାତ୍ରମାନଙ୍କୁ ପ୍ରଥମେ ଜର ହେବା ପରେ ହଠାତ ଅସୁସ୍ଥ  ହୋଇପଡିଥିଲେ। ଶରୀର ଅସୁସ୍ଥ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

  • ମଧ୍ୟାହ୍ନ ଭୋଜନ ପାଇଁ ପିଲା ଚାଲୁଛନ୍ତି ଦେଢ କିଲୋମିଟର

    ନବରଙ୍ଗପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ରୂପାନ୍ତିକରଣ ମାଧ୍ୟମରେ ପୁରାତନ ବିଦ୍ୟାଳୟର ନବକଳେବର କରାଯାଉଛି। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା । ହେଲେ ନବରଙ୍ଗପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବାକୁ ପଡୁଛି ଦେଢ଼ କିଲୋମିଟର । ଅସ୍ୱାସ୍ଥ୍ୟକର ପରିବେଶ ସହ ଘୁଷୁରୀ ଆଉ କୁକୁଡ଼ା ପଲଙ୍କ ଗହଣରେ ପିଲାମାନେ ଖାଉଥିବା ଅଭିଯୋଗ ହୋଇଛି।

    ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ବାର୍ଲି ପଞ୍ଚାୟତ ବଡ଼ବାର୍ଲି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବଡ଼ବାର୍ଲି ଗାଁ ଏକ ଉପାନ୍ତ ଓ ଅପହଞ୍ଚ ଇଲାକା ଭାବେ ପରିଚିତ। ବଡ଼ବାର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ତେବେ ଗାଁ ନିକଟରେ ଥିବା ପୁରୁଣା ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଗତବର୍ଷ ଦେଢ଼ କିଲୋମିଟର ଦୂରରେ ନିର୍ମିତ ନୂତନ ଗୃହକୁ ସ୍ଥାନାନ୍ତର ହୋଇଛି ବିଦ୍ୟାଳୟ। ନୂତନ ବିଦ୍ୟାଳୟ ଭିତରେ ରୋଷେଇଘର ନ ଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ପୁରୁଣା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି । ଆଉ ଛାତ୍ରଛାତ୍ରୀଙ୍କୁ  ଖାଇବା ପାଇଁ ଦେଢ଼ କିଲୋମିଟର ରାସ୍ତା ଯିବାକୁ ପଡୁଛି। କେବଳ ଏତିକି ନୁହେଁ ପୁରୁଣା ବିଦ୍ୟାଳୟରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଘୁଷୁରୀ ପଲଙ୍କ ଗହଣରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଅଭିଯୋଗ ହୋଇଛି ।

    ଅନ୍ୟପଟେ ପ୍ରଧାନଶିକ୍ଷକ ସବୁବେଳେ ସ୍କୁଲରେ ଅନୁପସ୍ଥିତ ରହୁଥିବାରୁ ଏଭଳି ସମସ୍ୟାର ସମାଧାନ କରିପାରୁନାହାନ୍ତି ଅନ୍ୟ ଶିକ୍ଷକ। ଏନେଇ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେପଟେ ସ୍କୁଲର ସମସ୍ୟାକୁ ନେଇ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଖୁବଶୀଘ୍ର ଏହାର  ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

    ତେବେ ବଡ଼ବାର୍ଲି ବିଦ୍ୟାଳୟ ପରିସରରେ ରୋଷେଇ ଗୃହ କେବେ ନିର୍ମାଣ ହେଉଛି ତାକୁ ହିଁ ଅପେକ୍ଷା।

    ରବି ପଟ୍ଟନାୟକଙ୍କ ରିପୋର୍ଟ

  • ଔଷଧ ଖାଇ ଅସୁସ୍ଥ

    ଗଞ୍ଜାମ: ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଜୁରା ସରକାରୀ ଉନ୍ନୀତ ବିଦ୍ୟାଳୟରେ ଅଘଟଣ। ଅଚାନକ ଅଚେତା ହୋଇ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ କୃମି ଔଷଧ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ପିଲାମାନଙ୍କୁ କୃମି ଔଷଧ ଖାଇବାକୁ ଦେବା ଫଳରେ ୧୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପିଲାଙ୍କୁ ମନ ଇଚ୍ଛା ଔଷଧ ଦିଆଯାଉଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ପିଲାଙ୍କୁ ମେଡିକାଲ ଆଣିବାପାଇଁ ବ୍ୟବସ୍ଥା କରାଯାଇଛି।

  • ସ୍କୁଲର ସମସ୍ତ କାଗଜପତ୍ର ହେବ ଯାଞ୍ଚ

    ଭୁବନେଶ୍ୱର : ଏବିଜେ ସ୍କୁଲରେ ମାମଲା ପ୍ରତିକ୍ରିୟା ରଖିଲେ ଶିଶୁ ସୁରକ୍ଷା ଆୟୋଗ l ଏହା ଏକ ଦୁଖଃଦ ଓ ନିନ୍ଦନୀୟ ଘଟଣା l ଏହି ସ୍କୁଲ ଚାଇଲଡ ରାଇଟସର ଉଲଂଘନ କରିଛନ୍ତି l ତେଣୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଅଧିକାରୀଙ୍କ ସହ ସେହି ସ୍କୁଲକୁ ଚିଠି କରାଯିବl ଏହାସହ ସ୍କୁଲର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବl ସେହି ସ୍କୁଲର ରେଜିଷ୍ଟ୍ରେସନ ବାତିଲ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ଚିଠି କରାଯିବ l ଏହାସହ ସ୍କୁଲ ଓ ମାସ ଏଜୁକେସନ ବିଭାଗକୁ ଚିଠି କରାଯିବl ସେମାନଙ୍କର କୌଣସି ଅଧିକାର ନାହିଁ ପିଲାଙ୍କ ସହ ଏମିତି କରିବା, ତେଣୁ ଯେଉଁ ସବୁ ଘରୋଇ ଅନୁଷ୍ଠାନ ଏପରି କାର୍ଯ୍ୟରେ କରୁଛନ୍ତି ବା ଏହି ସ୍କୁଲ ଏଥିରୁ ନିବୃତ ରୁହନ୍ତୁ ବୋଲି ତାଗିତ କରିଛନ୍ତି l ନଚେତ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା l

Back to top button