ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ । ରଥାରୂଢହେଲେ ୩ ଠାକୁର । ତାଳଧ୍ୱଜରେ ବଡ ଠାକୁର, ଦର୍ପଦଳନରେ ମା ସୁଭଦ୍ରା ବିଜେ କରିଛନ୍ତି । ରଥାରୂଢ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଅଖିରୁ ଝରି ଯାଉଛି ଭାବର ଲୁହ । ଚକା ଆଖି ଦେଖି ଭାବ ବିହ୍ବଳ ହେଇ ପଡିଛନ୍ତି ଭକ୍ତ । ଲୋକଙ୍କ ଦୁଃଖ ଦୁର କରିବାକୁ ଆସିଛନ୍ତି କାଳିଆ ଠାକୁର ।

Naxatra News is now on Whatsapp
Join and get latest news update delivered to you via whatsapp
Join Now