ଆତଙ୍କୀ ହାମଲା ;୫ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଆଜି ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କଠୁଆ ଜିଲ୍ଲା ଅଧୀନ ଲୋହାଇ ମହ୍ଲାରର ବେଦନୋଟା ଗ୍ରାମରେ ଆଜି ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେନା ଗାଡ଼ି ମଚେଡ଼ି-କିଣ୍ଡଲି-ମହ୍ଲାର ରୋଡ୍‌ରେ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ଏକ ପାହାଡ଼ ଉପରୁ ଗାଡ଼ି ଉପରକୁ ଗୁଳିମାଡ଼ ଓ ପରେ ଗ୍ରେନେଡ୍‌ ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ। କିନ୍ତୁ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଖସି ପଳାଇଥିଲେ। ଗତକାଲି ଅପରାହ୍ନ ୩ଟା ୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରଦାର ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *