ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ରଥ ଉପରେ ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି କରାଯିବ। ଆଜି ଦ୍ୱାଦଶୀ ତିଥି ହୋଇଥିବାରୁ ପରମ୍ପରା ଅନୁୟାୟୀ ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ପଡି ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଏ। ତିନି ରଥରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ । ତେବେ ରଥ ଉପରେ ଆଉ ମାତ୍ର ଦୁଇ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଥିବାରୁ ସକାଳୁ ସକାଳୁ ରଥ ନିକଟରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *