ହାର୍ଦ୍ଦିକ-ନତାଶାଙ୍କ ଛାଡପତ୍ର ,ସୋସିଆଲ ମିଡିଆରେ ପୋଷ୍ଟ କଲେ ନତାଶା

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ ଆଜି ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ନତାଶା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି | ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି | ନତାଶା ତାଙ୍କ ପୋଷ୍ଟରେ ପୁଅ ଅଗସ୍ତ୍ୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନତାଶା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ |

କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ | ହାର୍ଦ୍ଦିକ ଏବଂ ନତାଶା ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ସେୟାର କରିଛନ୍ତି। ଦୁହେଁ ୨୦୨୦ ରେ ବିବାହ କରିଥିଲେ | ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ନିଶ୍ଚିତ କରିଛନ୍ତି। ପାଣ୍ଡ୍ୟା ଏବଂ ନତାଶା ୩୧ ମଇ ୨୦୨୦ ରେ ବିବାହ କରିଥିଲେ। ସେହି ବର୍ଷ ତାଙ୍କ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *