ଖୋଲିଲା ହୀରାକୁଦ ଗେଟ୍ :୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଖୋଲିଲା ହୀରାକୁଦ ଗେଟ୍। ଏନେଇ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ହୀରାକୁଦ ଗେଟ୍ ଖୋଲିବା ଏବଂ ତତପରେ ନଦୀ ମାନଙ୍କରେ ନିଷ୍କାସିତ ବନ୍ୟାଜଳର ପରିମାଣ ବୃଦ୍ଧି ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ସମ୍ୱଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି। ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ସତର୍କ କରାଇବା ସହ ନଦୀପଠାକୁ ଗୋରୁଙ୍କୁ ନଛାଡିବା ପାଇଁ ସତର୍କ କରାଇବେ । ଏଥିସହ ସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *