ପୁଣି ବାଂଲାଦେଶରେ ବିକ୍ଷୋଭ ; ୯୮ଜଣ ମୃତ୍ୟୁ

ବାଂଲାଦେଶ ର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକ ଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଙ୍ଘର୍ଷରେ ଅତି କମରେ ୧୪ ଜଣ ପୋଲିସ ସମେତ ୯୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ଶହଶହ ଲୋକ ଆହତ ହୋଇଛନ୍ତି । ଏହି ସଂଘର୍ଷରେ ମୋବାଲ ଇଣ୍ଟରନେଟ୍ ସେବା ପ୍ରଭାବିତ ହେବା ସହ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ କଠୋର ପଦକ୍ଷେପ ନେବାକୁ କୁହାଯାଇଛି । ଏହି ବିକ୍ଷୋଭ ସମୟରେ ପୁଲିସ ଓ ଛାତ୍ର ମଧ୍ୟରେ ସଂଘର୍ଷ ଘଟିଥିଲା । ସୁରକ୍ଷା ବାହିନୀ ଲୁହାବୁହା ଗ୍ୟାସ ଚଳା ହିଂସାକାଣ୍ଡକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

ତେବେ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାଂଲାଦେଶ ଯାତ୍ରା ନ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କୁ ଦୃଢ ଭାବରେ ପରାମର୍ଶ ଦେଇଛନ୍ତି । ଏବଂ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶର ଭାରତୀୟ କର୍ତ୍ତୃପକ୍ଷ ନାଗରିକ ମାନଙ୍କୁ ସତର୍କ କରାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *