ହାସିନାଙ୍କ ଦୁଇଟି ସୁଟକେସରେ ଥିଲା କଅଣ?

ସଂରକ୍ଷଣ ବିରୋଧୀ ହିଂସାରୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ବାଂଲାଦେଶ ଛାଡ଼ି ଭାରତ ଆସିବା ବେଳେ ସାଙ୍ଗରେ କଅଣ ଆଣିଥିଲେ ଶେଖ୍‌ ହାସିନା। ସେନା ତ ଦେଶ ଛାଡ଼ିବାକୁ ମାତ୍ର ୪୫ ମିନିଟର ମହଲତ ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗଣଭବନକୁ ଲକ୍ଷାଧିକ ବିକ୍ଷୋଭକାରୀ ଧସେଇ ପଶିବା ଆଗରୁ ଜୀବନ ବଞ୍ଚାଇବା ଥିଲା ହାସିନାଙ୍କ ଲାଗି ସବୁଠୁ ବଡ଼ ପ୍ରାଥମିକତା। ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ସାଙ୍ଗରେ କିଛି ଆଣିବା କଥା ଭାବିବା ବି ବୋକାମୀ। କାରଣ ନା ସମୟ ଥିଲା ନା ସୁରକ୍ଷା ନେଇ କାହାର ସେତେଟା ଆଶ୍ୱସ୍ତର ବଳୟ ଥିଲା। ଗଣଭବନରେ ବିକ୍ଷୋଭକାରୀଙ୍କ ଭୟାବହ ଉତ୍ପାତ ସାରା ଦୁନିଆ ଦେଖିଲା। କେମିତି ଲୁଟପାଟ୍ କରିଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ତା ହେଲେ କଅଣ ଦେଶ ଛାଡ଼ି ଚାଲିଆସିଥିବା ହାସିନା ଖାଲି ହାତରେ ଚାଲିଆସିଛନ୍ତି ଭାରତ। ଏମିତି ପ୍ରଶ୍ନ ଅନେକଙ୍କ ଭିତରେ ଉଙ୍କି ମାରୁଛି। ଦୁଇଟି ସୁଟକେସ୍ ସହ ନିଜ ଭଉଣୀଙ୍କ ସହ ହିଣ୍ଡେନ୍ ଏୟାରବେସରେ ଓହ୍ଲାଇଥିଲେ ହାସିନା। ତେବେ ଏହି ସୁଟକେସରେ ଜରୁରୀକାଳୀନ ସାମଗ୍ରୀ, କପଡ଼ା ହିଁ ଆଣିଛନ୍ତି। ଏହା ଛଡ଼ା ଆଉ କୌଣସି ସାମଗ୍ରୀ ଆଣିପାରିଲେନି ହାସିନା। ବିକ୍ଷୋଭକାରୀ ତ ତାଙ୍କ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିନେଇଗଲେ। ଶେଖ୍ ହାସିନାଙ୍କ ବାଂଲାଦେଶରେ ଅନେକ ବ୍ୟାଙ୍କ ଆକାଉଣ୍ଟ ଅଛି। ଯେଉଁଥିରେ କୋଟି କୋଟି ଟଙ୍କା ଜମା ଅଛି। କିନ୍ତୁ ଏବେ ସେ ସବୁ ବେକାର୍ କହିଲେ ଚଳେ। ଶେଖ୍ ହାସିନା ବାଂଲାଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କାଟିଏ ବି ନେଣଦେଣ କରିପାରିବେନି। ଦେଶ ଛାଡ଼ିବା ପରେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି। ସେଥିଲାଗି ନିଜ ଜମା ଟଙ୍କା ବି ବ୍ୟବହାର କରିପାରିବେନି ହାସିନା। ୨୦୨୪ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କୁ ସତ୍ୟପାଠରେ ନିଜ ସମ୍ପତ୍ତିର ହିସାବ ଦେବା ମୁତାବକ, ସେ ୪.୩୬ କୋଟି ବାଲାଂଦେଶୀ ଟଙ୍କାର ମାଲିକ ଅଟନ୍ତି। ଭାରତୀୟ କରେନ୍ସିରେ ଏହି ଅର୍ଥର ମୂଲ୍ୟ ୩.୧୪ କୋଟି ଟଙ୍କା। ଆମେରିକା ଓ ବ୍ରିଟେନ୍ ଶେଖ୍ ହାସିନାଙ୍କୁ ରାଜନୈତିକ ଶରଣ ଦେବାକୁ ମନା କରିଦେବା ପରେ ଭାରତରେ ଆଶ୍ରୟ ନେଇଥିବା ହାସିନା ଏବେ ବିକଳ୍ପ ବାଟ ସନ୍ଧାନରେ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *