ସୋସିଆଲ ମିଡିଆରେ ତ୍ରିରଙ୍ଗା ପ୍ରୋଫାଇଲ ଫଟୋ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ପାଖେଇ ଆସୁଛି ଅଗଷ୍ଟ ୧୫ ଅର୍ଥାତ ସ୍ବାଧୀନତା ଦିବସ । ଏହି ଅବସରରେ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଥିବା ଫଟୋ ରଖିବା ପାଇଁ  ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଶ୍ରୀ ମୋଦୀ ତାଙ୍କ ପ୍ରୋଫାଇଲ ଫଟୋକୁ ତ୍ରିରଙ୍ଗା ଫଟୋରେ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା ଆନ୍ଦୋଳନକୁ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏବଂ  ତ୍ରିରଙ୍ଗା ସହ ସେଲଫି ସେୟାର କରିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଛନ୍ତି ଯେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଖେଇ ଆସୁଥିବା ବେଳେ ସମସ୍ତେ ମିଶି ପୁଣି ଥରେ ହର ଘର ତ୍ରିରଙ୍ଗାକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା । ସେ ତାଙ୍କର ପ୍ରୋଫାଇଲ୍ ଫଟୋ ବଦଳାଇଛନ୍ତି ଏବଂ ସମସ୍ତଙ୍କୁ ସେପରି କରିବାକୁ  ଅନୁରୋଧ କରି ତ୍ରିରଙ୍ଗାର ଉତ୍ସବ ପାଳନ କରିବାରେ ତାଙ୍କ ସହିତ ଯୋଗ ଦେବାକୁ ଏବଂ harghartiranga.com. ରେ ସେଲଫି ସେୟାର କରିବାକୁ ଅନୁରୋଧ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *