ଫିଲ୍ମ ରିଲିଜ ପୂର୍ବରୁ କୋଟିଏ ଲେଖାଏଁ ଦେଲେ ଯାଇ ରିଲିଜ୍ ହେବ। ପ୍ରଡକ୍ସନ କମ୍ପାନୀ ଷ୍ଟୁଡିଓ ଗ୍ରୀନକୁ ଏଭଳି ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଥଙ୍ଗାଲାନ୍ ଓ କଙ୍ଗୁଭା ଫିଲ୍ମ ରିଲିଜ ଆଗରୁ ପ୍ରଡକ୍ସନ କମ୍ପାନୀକୁ ଲାଗିଛି ଏମିତି କୋର୍ଟର ବଡ଼ ଝଟକା। ଜଷ୍ଟିସ ଜି ଜୟାଚନ୍ଦ୍ରନ ଓ ଜଷ୍ଟିସ ସିଭି କାର୍ତ୍ତିକେୟନଙ୍କ ଖଣ୍ଡପୀଠ ପ୍ରଡକ୍ସନ କମ୍ପାନୀକୁ ନିର୍ଦେଶ ଦେଇଛନ୍ତି ଯେ, ବାର୍ଷିକ ୧୮ ପ୍ରତିଶତ ସୁଧ ହାରରେ ମୋଟ୍ ୧ କୋଟି ୧ କୋଟି ୩୫ ଲକ୍ଷ ଗଣିବ। ଅଗଷ୍ଟ ୧୫ରେ ଥଙ୍ଗାଲାନ୍ ରିଲିଜ୍ ହେବ। ସେଥିଲାଗି ଅଗଷ୍ଟ ୧୪ ସୁଦ୍ଧା କୋଟିଏ ଟଙ୍କା ପୈଠ କରି ସେହି ଦିନ ହିଁ ହାଇକୋର୍ଟକୁ ଏହାର କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି ବିଚାରପତି। ସେହିଭଳି କଙ୍ଗୁଭା ଫିଲ୍ମ ରିଲିଜ ଆଗରୁ ଆଉ କୋଟିଏ ଦାଖଲ କରିବ ପ୍ରଡକ୍ସନ କମ୍ପାନୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now