ବଜ୍ରପାତରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା । ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କ ଚିକିତ୍ସା ଗାଲେରୀ ମେଡିକାଲରେ ଚାଲିଛି । ମେଡିକାଲ ଅଫିସର ଡା. ଭଗବାନ ସାହୁ , ଡା. ନିଶିକାନ୍ତ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଚିକିତ୍ସା କରୁଛନ୍ତି ।
ଆଜି ମଧ୍ୟାହ୍ନଭୋଜନ ସମୟରେ ଛାତ୍ରଛାତ୍ରୀ ମାନେ ଏଣେତେଣେ ବୁଲୁଥିବା ବେଳେ ବଜ୍ରପାତ ମାରିବାରୁ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଚେତ ହୋଇ ତଳେ ପଡି ଯାଇଥିଲେ ।
ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଚିକିତ୍ସା ପାଇଁ ଗାଲେରୀ ମେଡିକାଲକୁ ଆଣିଥିଲେ । ସେଥିମଧ୍ୟରୁ ଗୁରୁତର ୫ ଜଣଙ୍କୁ ଭଞ୍ଜନଗର ଚିକିତ୍ସା ପାଇଁ ପଠାଯାଉଥିବା ଜଣାପଡିଛି । ଏହି ଘଟଣା ପରେ ଛାତ୍ରଛାତ୍ରୀ ମାନେ ଆତଙ୍କିତ ହୋଇପଡିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now