କୋଲକାତା କାଣ୍ଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୌଣସି ବି ସଭ୍ୟସମାଜ ଝିଅ ଓ ଭଉଣୀଙ୍କ ବିରୁଦ୍ଧରେ ଏଭଳି ଅତ୍ୟାଚାରକୁ ଅନୁମତି ଦିଏନା। ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶତମାମ ଯେଉଁ ରୋଷ ଦେଖାଦେଇଛି, ତାକୁ ମୁଁ ବି ସମର୍ଥନ କରୁଛି ବୋଲି କହିଛନ୍ତି ରାଷ୍ଟ୍ରପତି। ମହିଳା ସୁରକ୍ଷା- ବାସ୍ ବହୁତ ହେଲା ଶୀର୍ଷକ ଲେଖାରେ ପ୍ରଥମ ଥର ରାଷ୍ଟ୍ରପତି ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜର ବିଚାର ଏଭଳି ଢଙ୍ଗରେ ରଖିଛନ୍ତି। ଏହି ଘଟଣାରେ ସେ ନିରାଶ ଓ ଭୟଭୀତ ହୋଇପଡ଼ିଛନ୍ତି। ମହିଳା ବିରୋଧୀ ଅପରାଧକୁ ରୋକିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now