ମହାକାଶରୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛି ବୋଇଂ ଷ୍ଟାରଲାଇନର

ମହାକାଶରୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛି ବୋଇଂ ଷ୍ଟାରଲାଇନର । ନିର୍ଦ୍ଧାରିତ ସମୟରେ ନ୍ୟୁ ମେକ୍ସିକୋର ସ୍ପେଶ ହାର୍ବର ଭୂମି ସ୍ପର୍ଶ କରିଛି ମହାକାଶଯାନ । ହେଲେ ଫେରିନାହାନ୍ତି ମହାକାଶଚାରୀ ସୁନୀତା ୱିଲିୟମସ ଓ ବଚ ୱିଲମୋର । ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁଇ ମହାକାଶଚାରୀଙ୍କୁ ନ ଆଣି ଖାଲି ଫେରାଇ ଅଣାଯାଇଛି ।କୁହାଯାଇଛି, ୨୦୨୫ ଫେବୃଆରୀରେ ଆସିବେ ସୁନୀତା ଓ ବଚ ୱିଲମୋର । ମାତ୍ର ୮ ଦିନ ପାଇଁ ଯାଇଥିବା ଏହି ବୋଇଂ ଷ୍ଟାରଲାଇନର ମହାକଶରେ ୩ ମାସରୁ ଅଧିକ ସମୟ ରହିଯାଇଥିଲା ।

ବୋଇଂକୁ ମିଳିଛି ବଡ଼ ସଫଳତା। ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛି ମହାକାଶ ଯାନ ବୋଇଂ ଷ୍ଟାରଲାଇନର। ଆମେରିକା ନ୍ୟୁ ମେକ୍ସିକୋର ସ୍ପେଶ ହାର୍ବର କରିଛି ଭୂମି ସ୍ପର୍ଶ । ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟା ୩୧ ମିନିଟରେ ପୃଥିବୀରେ ପହଞ୍ଚିଥିଲା ସ୍ପେଶକ୍ରାଫ୍ଟ ଷ୍ଟାରଲାଇନର ।

ମାତ୍ର ୮ ଦିନ ପାଇଁ ଯାଇଥିଲା କିନ୍ତୁ ମହାକାଶରେ ୩ ମାସରୁ ଅଧିକ ସମୟ ରହିଗାଲା। ୬ ଘଣ୍ଟାର ଉଡ଼ାଣ ପରେ ପୃଥିବୀରେ ଓହ୍ଲାଇବାକୁ ସକ୍ଷମ ହୋଇଛି ବୋଇଂ ଷ୍ଟାର ଲାଇନର । ଭାରତୀୟ ସମୟ ଭୋର ସାଢ଼େ ୩ଟାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିଥିଲା ବୋଇଂ ଷ୍ଟାରଲାଇନର। ବିନା ମହାକାଶଚାରୀରେ ଫେରିଥିଲା ବୋଇଂ । ଅଟୋ ପାଇଲଟ ମୋଡ୍ ବା ଗ୍ରାଉଣ୍ଡ କଣ୍ଟ୍ରୋଲରୁମ୍ ଦ୍ବାରା ପରିଚାଳିତ ହୋଇ ପୃଥିବୀ ମୁହାଁ ହୋଇଥିଲା ଏହି ମହାକାଶ ଯାନ। ଏହି ସମୟରେ ମହାକାଶଯାନର ଘଣ୍ଟା ପ୍ରତି ବେଗ ଥିଲା ୨୮ ହଜାର କିଲୋମିଟରରୁ ଅଧିକ ।ସକାଳ ପ୍ରାୟ ୮ଟା ୨୦ ମିନିଟ ସମୟରେ ଆରମ୍ଭ ହୋଇଥିଲା ରିଏଣ୍ଟ୍ରି ପ୍ରକ୍ରିୟା। ବାୟୁମଣ୍ଡଳରେ ପ୍ରବେଶ କରିବା ସମୟ ଥିଲା ଅତ୍ୟନ୍ତ ଜଟିଳ। ପ୍ରାୟ ସାଢ଼େ ୪ ମିନିଟ ପର୍ଯ୍ୟନ୍ତ ବ୍ଲାକ ଆଉଟ ହୋଇଯାଇଥିଲା ବୋଇଂ ଷ୍ଟାରଲାଇନର । ଏହି ବୋଇଂ ମହାକାଶ ଯାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା । କାରଣ ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ମହାକାଶ ଯାନର ବାହ୍ୟ ତାପମାତ୍ରା ୧୬ ଶହ ଡିଗ୍ରୀ ପର୍ଯ୍ୟନ୍ତ ବଢି ଯାଇଥାଏ। ଯେଉଁ ସମୟରେ କି ଯୋଗାଯୋଗ ଉପକରଣ ଗୁଡ଼ିକ କାମ କରି ନଥାଏ । ଆଉ ଯେତେବେଳେ ବ୍ଲାକ୍ ଆଉଟ୍ ପର୍ଯ୍ୟାୟ ଅତିକ୍ରାନ୍ତ ହେଲା, ଧୀରେ ଧୀରେ ଦୃଶ୍ୟମାନ ହୋଇଥିଲା ଷ୍ଟାରଲାଇନର । ଆଉ ଗ୍ରାଉଣ୍ଡ କଣ୍ଟ୍ରୋଲ ରୁମରେ ଦେଖିବାକୁ ମିଳିଥିଲା ଉତ୍ସାବ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ବୈଜ୍ଞାନିକଙ୍କ ମୁହଁ ଖେଳଯାଇଥିଲା ଖୁସିର ଲହରୀ । ଏ ଖୁସି ଥିଲା ସଫଳତାର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *