ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ

ବୌଦ୍ଧ ବଘିଆପଡା ଫାଣ୍ଡି ଟିକରପଡା ପଞ୍ଚାୟତ ଚରିଆପାଲି ଗାଁରେ ଅଘଟଣା । ବିଷଧର ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ଭଉଣୀଙ୍କ ମୃତ୍ୟୁ। ବାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମୃତ ୩ଭଉଣୀ ହେଲେ ସୁଧିରେଖା, ସୁଭରେଖା, ସୁରଭି ମଲ୍ଲିକ। ସୂଚନାମୁତାବକ, ରାତିରେ ୩ ଭଉଣୀ ଓ ବାପା ଖାଇସାରି ଏକାଠି ଗୋଟିଏ ଘରେ ସୋଇଥିଲେ। ହଠାତ ଘରକୁ ଏକ ବିଷଧର ସାପ ପଶି ଆସି ୪ଜଣ ଙ୍କୁ କାମୁଡ଼ି ଥିଲା । ଏହା ଜାଣିବା ପରେ ଗ୍ରାମବାସୀ ୪ଜଣଙ୍କୁ ବୌଦ୍ଧ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିଥିବା ବେଳେ ବାପା ସଳେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରିଥିଲେ। ଗୋଟିଏ ପରିବାର ଏକାଥରେ ୩ଜଣ ଭଉଣୀ ମୃତ ଖବର ଜାଣିବା ପରେ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *