ପୁରୀରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର

Spread the love

ପୁରୀ:  ପୁରୀରେ ବିଜେପି ପକ୍ଷରୁ  ୩ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି l ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।  ଏଥିରେ ରାଜ୍ୟର  ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ମାନେ ଯୋଗ ଦେବେ l

ରାଜ୍ୟ ବିଜେପି ପକ୍ଷରୁ ୩ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମଟି ପୁରୀ ବଳିଆପଣ୍ଡା ବ୍ଲୁ ଲିଲି ହୋଟେଲ ପରିସରରେ ଅନୁଷ୍ଠିତ ହେଉଛି ।  ଆଜି ଠାରୁ ଦୀର୍ଘ ୩ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି l ୨୪ ନିର୍ବାଚନରେ ଦଳ ଲୋକଙ୍କ ମନ କିଣିବା ଉପରେ ପ୍ରଶିକ୍ଷଣ ଦିଆଯିବ। ଲୋକଙ୍କ ନିକଟକୁ କେଉଁ ପ୍ରସଙ୍ଗ ନେଇ ଯିବାକୁ ହେବ,  ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ ମଙ୍ଗଳ ଯୋଜନା ଗୁଡିକ କିପରି ଲୋକଙ୍କ ନିକଟରେ ପହଂଚିବ ତାକୁ ଏହି ଶିବିରର ଗୁରୁତ୍ବ ଦିଆଯିବ।  

ବିଜେପିକୁ ତୃଣମୂଳ ସ୍ତରରୁ ସୃଦୁଢ କରିବା ଲାଗି ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଓ ମହିଳା କର୍ମୀମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

Leave a Reply

Your email address will not be published. Required fields are marked *