ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ଚାପର କ୍ଷେତ୍ର ଏବେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଗାମୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହେବାର ଆଶା ରହିଛି, କିନ୍ତୁ ଏହି ସମୟରେ ପଡୋଶୀ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ସଦ୍ୟ ପୂର୍ବାନୁମାନ କରି କହିଛି ଯେ , ପଶ୍ଚିମବଙ୍ଗ ଉପରେ ସୃଷ୍ଟି ଚାପ କ୍ଷେତ୍ର ଧିରେ ଧିରେ ୮ କିଲୋମିଟର ପ୍ରତି ଘଣ୍ଟାର ଗତିରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ବଢୁଛି , କିନ୍ତୁ ଆଗାମୀ ୨୪ ଘଣ୍ଟାର ସମୟରେ ଏହାର ଗତି ଆହୁରି ବଢିପାରେ ଏବଂ ପଶ୍ଚିମବଙ୍ଗ ସମେତ ପଡୋଶୀ ଝାଡ଼ଖଣ୍ଡ , ଓଡ଼ିଶା , ଛତିଶଗଡ଼ , ବିହାର , ପୂର୍ବ ମଧ୍ୟ ପ୍ରଦେଶରେ ପ୍ରବଳ ବର୍ଷା ହୋଇ ପାରେ।
ଆଇଏମଡି ଝାଡ଼ଖଣ୍ଡ ପାଇଁ ରେଡ୍ ଆଲର୍ଟ ଜାରି କରିଛି , ଯାହାକି ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ପୂର୍ବ ମଧ୍ୟ ପ୍ରଦେଶ ଓ ପୂର୍ବ ଉତ୍ତର ପ୍ରଦେଶ ପାଇଁ ୧୬ ସେପ୍ଟେମ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହା ବ୍ୟତୀତ ବିହାର , ସିକ୍କିମ , ଆସାମ ଓ ସବୁ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ କହିଛି କି ଆଗାମୀ ୨୪ ଘଣ୍ଟା ବେଳେ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ବିଶେଷକରି , ପଶ୍ଚିମବଙ୍ଗ ଓ ଓଡିଶାର ତଟବର୍ତ୍ତୀ ଅଞ୍ଚଳରେ ୫୫ରୁ ୭୦କିଲୋମିଟର ପ୍ରତି ଘଣ୍ଟାର ଗତିରେ ପବନ ବହି ପାରେ।
ଉଲ୍ଲେଖନୀୟ ଯେ,ଏହି ସମୟରେ ସୋମବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସହ ରାଜ୍ୟର ଦକ୍ଷିଣ ଭାଗରେ ଅନେକ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ବର୍ଷା କାରଣରୁ ସାଧାରଣ ଜନଜୀବନ ପ୍ରଭାବିତ ରହିଛି ଏବଂ କୋଲକାତାରେ ଅନେକ ସ୍ଥାନରେ ଜଳାର୍ଣ୍ଣବର ସ୍ଥିତି ଉପୁଡିବାର ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now