ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଦେଲା ମଞ୍ଜୁରୀ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନର ସମ୍ଭାବନାକୁ ନେଇ ମାର୍ଚ୍ଚ ମାସରେ ରିପୋର୍ଟ ଦେଇଥିଲା। ଯାହାକୁ କ୍ୟାବିନେଟ୍ ମୋହର ମାରିଛି। ଏହି ସୁପାରିଶ ଅନୁସାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ଜରୁରୀ। ଏକକାଳୀନ ଉଭୟ ନିର୍ବାଚନ ସରିବାର ଶହେ ଦିନ ଭିତରେ ପଞ୍ଚାୟତ ନିର୍ବାଚନ ବି ସରିବା ଦରକାର। ଏମିତି ହେଲେ ପୁରା ଦେଶରେ ଏକ ନିଶ୍ଚିତ ସମୟ ଅବଧି ଭିତରେ ନିର୍ବାଚନ ସରିପାରିବ। ପ୍ରଧାନମନ୍ତ୍ରୀ ମୋଦି ଲମ୍ୱା ସମୟ ଧରି ଓ୍ୱାନ୍ ନେସନ, ଓ୍ୱାନ ଇଲେକ୍ସନ ସପକ୍ଷରେ ଓକିଲାତି କରିଆସୁଛନ୍ତି। ନିର୍ବାଚନ କେବଳ ୩ରୁ ୪ ମାସ ହେବା ଦରକାର। ପୁରା ୫ ବର୍ଷ ଯାକ ନିର୍ବାଚନ ହେବା କଥା ନୁହେଁ। ଏମିତି ହେଲେ ନିର୍ବାଚନରେ ସମୟ ଓ ଖର୍ଚ୍ଚକୁ ରୋକିହେବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟି ୬୨ ରାଜନୀତି ଦଳର ମତାମତ ଲୋଡ଼ିଥିଲେ। ଏଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିଲେ। ୧୫ଟି ଦଳ ବିରୋଧ କରିଥିଲେ। ଆଉ ୧୫ଟି ଦଳ ଏମିତି ଥିଲେ, ଯିଏ ବିଲକୁଲ କୌଣସି ଉତ୍ତର ଦେଇନଥିଲେ। କଂଗ୍ରେସ, ସପା, ଆପ୍, ସିପିଏମ, ବସପା ପ୍ରମୁଖ ବିରୋଧ କରିଥିଲେ। ଜେଏମଏମ, ଟିଡିପି, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ ପ୍ରମୁଖ ଦଳ ଜବାବ ଦେଇନଥିଲେ। ଏହାକୁ ନେଇ ସରଦ ପାୱାର , ମେହବୁବା ମୁଫତି , ଅଖିଳେଶ ଯାଦବ , ନିତିଶ କୁମାର ,ଓ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *