ମଥୁରାରେ ଲାଇନଚ୍ୟୁତ ହେଲା ଟ୍ରେନ୍ ,ରେଳ ଚଳାଚଳ ଠପ୍

ଏକ ବଡ ଦୁର୍ଘଟଣା ଲାଇନଚ୍ୟୁତ ହେଲା ଟ୍ରେନ । ଦୁର୍ଘଟଣାଟି ଘଟିଛି ଉତ୍ତରପ୍ରଦେଶ ମଥୁରାରେ । ଏହି ଦୁର୍ଘଟଣାରେ ଉକ୍ତ ମାଲବାହୀ ଟ୍ରେନ ର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି ।ଘଟଣାସ୍ଥଳରେ ରେଲବାଇ ପୋଲିସ ଓ ବରିଷ୍ଠ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣା ପରେ ୪ଟି ଲାଇନ ମଧ୍ୟରୁ ୩ଟି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । କିଛି ଟ୍ରେନର ଚଳାଚଳ ଆଂଶିକ ଏବଂ କିଛି ଟ୍ରେନ ଚଳାଚଳକୂ ସଂମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି । ଅନେକ ଟ୍ରେନର ଗତିପଥ ବଦଳାଯାଇଛି । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *