ପୀଡିତାଙ୍କୁ ଭେଟିଲେ କଂଗ୍ରେସ ବିଧାୟକା ସୋଫିଆ ଫିରଦୋସ , ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଭରତପୁର ଘଟଣାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ନିଜେ ଅଙ୍କିତାଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି ।ଏବଂ ସେ ପ୍ରତିକ୍ରିୟା ଦୋେଇଛନ୍ତି କି ମହିଳାକୁ ସୁରକ୍ଷା ନ ଦେଇ ସଶକ୍ତିକରଣ କଥା କହିଲେ କଣ ହେବ ? ବର୍ତ୍ତମାନ ମୁଁ ଆଲୋଚନା କରି ସ୍ବାସ୍ଥ୍ୟବସ୍ଥା କଥା ପଚାରି ଆସିଲି ଏଭଳି ଏଭଳି ଘଟଣା କଥା ଶୁଣି ମୁଁ ଦୁଃଖିତ । ଗୋଟେ ଝିଅକୁ ସେତିକି ସମସ୍ୟା ନହେଲେ ଜଣେ ରାତି ସାଢେ ଗୋଟେରେ ଥାନାରେ ଅଭିଯୋଗ ଦେବା ପାଇଁ ଯାଏନି । କିନ୍ତୁ ପୁଲିସ ଏହାକୁ ଅଣଦେଖା କରିବା ସହ ଅଙ୍କିତାଙ୍କ ସହ ଦୁର୍ବ୍ୟବହାର କରିଛି । ଅଙ୍କିତା ଙ୍କୁ ଧନ୍ୟବାଦ ସାହାସର ସହ ଆଗକୁ ଆସି ସବୁ ସତ ସାମ୍ନା ଆଣିଲେ । ଏହି ଆଇଆଇସି ଙ୍କ ନାଁ ରେ ପୂର୍ବରୁ ମଧ୍ୟ କଟକ କ୍ୟାଣ୍ଟନମେଣ୍ଟ ଥାନା ରେ ବାଲିଯାତ୍ରା ସମୟରେ ବଟି ଆଦାୟ ଅଭିଯୋଗ ରହିଛି । ଏଭଳି ଜଣେ ଅଫିସରଙ୍କୁ କାହିଁକି ମଡେଲ ଥାନାରେ ଥଇଥାନ କରାଯାଇଥିଲା ? ଥାନାରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ ରହିଥିବା ବେଳେ ମହିଳା ପୁଲିସ ଥାନାରେ ସଠିକ୍ ପୋଷାକ ରେ ନରହି ମହିଳାଙ୍କୁ ଏଭଳି ବ୍ୟବହାର କେତେଦୂର ଠିକ୍ ? ମହିଳା ମାନଙ୍କ ସୁରକ୍ଷା ଏକ ବଡ ପ୍ରସଙ୍ଗ । ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସ୍ବାର୍ଡଗଠନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି ତେଣୁ ଯଥାଶୀଘ୍ର ସମସ୍ତଙ୍କ ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *