ଭରତପୁର ବର୍ବରକାଣ୍ଡ , କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ତୀବ୍ର ପ୍ରତିକ୍ରିୟା

ଭରତପୁର ଥାନାରେ ପୁଲିସର ବର୍ବରକାଣ୍ଡ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା ଏବେ ସବୁଆଡେ ଚର୍ଚ୍ଚା । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଘଟିଥିବା ଭୟଙ୍କର ଘଟଣା ଦେଶର ଆଇନବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଫିସରଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଛି। ତାଙ୍କର ବାନ୍ଧବୀଙ୍କୁ ହାଜତରେ ଉତ୍ପୀଡ଼ନ କରାଯାଇଛି । ଏହି ଘୃଣିତ ଘଟଣା ସମଗ୍ର ମାନବତାକୁ ଲଜ୍ଜିତ କରିଛି ।

ବିଜେପି ସରକାରରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ସମ୍ପୂର୍ଣ୍ଣ ଭାବେ ବେନିୟନ୍ତ୍ରଣ ଓ ନିରଙ୍କୁଶ ହୋଇଯାଇଛି । ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଜନତା ବିଶେଷକରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ସୁରକ୍ଷାର ଉଦାହରଣ ଉପସ୍ଥାପନ କରିବା ଦରକାର ବୋଲି ଶ୍ରୀ ଗାନ୍ଧି କହିଛନ୍ତି । ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମଧ୍ୟ ସରକାରକୁ କଡ଼ା ସମାଲୋଚନା କରିବା ସହ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଦୋଷୀ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି । ଅବଶ୍ୟ ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *