ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅତିଶୀ

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ବିରିଷ୍ଠ ନେତ୍ରୀ ଅତିଶୀ। ୫ ଜଣ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ ଭାବେ ଶପଥ ଗ୍ରହଣ କରି ସେ ବନିଯିବେ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅତିଶୀଙ୍କ ସହ ଆପ୍‌ର ବରିଷ୍ଠ‌ ନେତା ଗୋପାଳ ରାୟ, କୈଳାସ ଗେହଲଟ୍‌, ସୌରଭ ଭରଦ୍ବାଜ ଓ ଇମ୍ରାନ ହୁସେନ ଆଦି ମନ୍ତ୍ରୀ ଭାବେ ଶପଥ ନେ‌ବେ।

ଦିଲ୍ଲୀ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ବି ଦେଖିବାକୁ ମିଳିବ। ସେ ହେଉଛନ୍ତି ସୁଲତାନପୁର ମଜ୍ରାର ପ୍ରଥମ ଥର ପାଇଁ ବିଧାୟକ ଏବଂ ଆପର ଦଲିତ ଚେହେରା ମୁକେଶ ଅହଲୱାଟ।ବିଦାୟୀ କେଜ୍ରିୱାଲ ସରକାରରେ ଆତିଶି ଅର୍ଥ, ରାଜସ୍ୱ, ପୂର୍ତ୍ତ, ଶକ୍ତି ଏବଂ ଶିକ୍ଷା ସମେତ ୧୩ଟି ପ୍ରମୁଖ ଦାୟିତ୍ବ ସମ୍ଭାଳିଥିଲେ। ମଙ୍ଗଳବାର ଦିନ ଆପ୍‌ର ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ଅରବିନ୍ଦ କେଜ୍ରିୱାଲ ଏହି ପଦରୁ ଇସ୍ତଫା ଦେଇ ଅତିଶୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଛନ୍ତି।

ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାର କିଛି ଦିନ ପରେ ଆପ୍‌ ମୁଖ୍ୟଙ୍କ ଏହି ପଦକ୍ଷେପ ନେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *