ଟ୍ରେନ ଭିତରେ ସାପ , ଭିଡ଼ିଓ ହେଉଛି ଭାଇରାଲ

ଟ୍ରେନ୍ ରେ ଦେଖିବାକୁ ମିଳିଛି ସାପ । ଯାତ୍ରୀ ମାନେ ଟ୍ରେନ୍ ରେ ଆରାମରେ ବସି ଯାତ୍ରା କରୁଥିବା ବେଳେ ସେଥିରେ ଏକ ସାପ ଦେଖିବାକୁ ମିଳିଥିଲା । ସାପକୁ ଦେଖି ଟ୍ରେନରେ ବସିଥିବା ଯାତ୍ରି ମାନେ କିଏ କୁଆଡେ ଦୌଡିଥିଲେ । ସୂଚନା ଯୋଗ୍ୟ , ଯାତ୍ରୀ ମାନେ ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ କୁଆଡେ ଦୌଡିଥିଲେ ତାର ହିସାବ ନାହିଁ ।

ଯାତ୍ରୀମାନେ ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।ତା ପରେ ଟ୍ରେନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଏହି ଘଟ ଣା ଦେଖିବାକୁ ମିଳିଛି । ରିପୋର୍ଟରୁ କୁହାଯାଇଛି ଯେ କିଛି ସମୟ ମଧ୍ୟରେ ସାପକୁ ସୁରକ୍ଷିତ ଭାବେ ଟ୍ରେନ୍ ବାହାରକୁ ବାହର କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *