ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ

ଭଦ୍ରକ ବିବାଦୀୟ ପୋଷ୍ଟ କୁ ନେଇ ଗୋଟିଏ ସମ୍ପ୍ରଦାୟର ବଡ଼ ଧରଣର ମେଳି । ଖବର ପାଇ ପୋଲିସ ଯାଉଥିବା ବେଳେ ସନ୍ଥିଆ ନିକଟରେ ରାସ୍ତା ଅବରୋଧ କରି ଟାୟାର ଜାଳି ପୋଲିସ କୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀର ଲୋକେ। ତହସିଲଦାର ଙ୍କ ଗାଡି କାଚ କୁ ବାଡେଇ ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକା ପଥର ଫୋଫାଡ଼ିଲେ ଉକ୍ତ୍ୟକ୍ତ ଲୋକ। ଠେଲା ମାଡ଼ରେ ୨ ପୋଲିସ ଆହତ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ମୁଦୁ ଲାଠି ଚାଳନା କରିଛି । ଘଟଣା ସ୍ଥଳରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

ତେବେ ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ. ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ ଏକ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ। ପରେ ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳ କୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକ ମାନେ ପୋଲିସ ଉପରକୁ ମାଡ଼ ମାରିବା ସହ ଠେଲା ପଥର ମାରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ସହ ୭ପ୍ଲାଟୁନ୍ ପୋଲିସ ମୁତୟନ। ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୬୩ ଧାରା ଜାରି କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *