ନୋଟ୍ ରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ଫଟୋ , କୋଟିଏରୁ ଅଧିକ ନକଲି ଟଙ୍କା ଜବତ କଲା ପୁଲିସ

୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା । ଏପରି ନୋଟ୍ ଦେଇ ପ୍ରାୟ ୨ କିଲୋ ସୁନା ଠକି ନେଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଗୁଜୁରାଟ ଅହମ୍ମଦାବାଦରେ ଘଟିଛି ।
୧.୬୦ କୋଟି ନୋଟ୍ ପୋଲିସ ଜବତ କରିଛି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣାକୁ ନେଇ ନିଜେ ଅନୁପମ ଖେର ମଧ୍ୟ ଏକ ପୋଷ୍ଟ ଶେୟାର କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଖବର ସାମ୍ନାକୁ ଆସିବା ପରେ ଅନୁପମ ଖେର ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, “ପାଞ୍ଚ ଶହ ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଜାଗାରେ ମୋ ଫଟୋ ???? କିଛି ବି ହୋଇପାରେ”!

ଖାଲି ଏତିକି ନୁହେଁ ଆରବିଆଇ ନାଁଙ୍କୁ ମଧ୍ୟ ବଦଳାଇ ସେହି ନୋଟ ଗୁଡିକରେ ଲେଖାଯାଇଛି ରେଜୋଲ ବ୍ୟାଙ୍କ ଅଫ ଇଣ୍ଡିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଡାବିଡା ନୋଟ୍ ରେ ଝଲସୁଛନ୍ତି ଅନୁପମ ଖେର୍ ।ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *