ଦେଶ ପାଳୁଛି ଗାନ୍ଧୀ ଜୟନ୍ତୀ

ପ୍ରତିବର୍ଷ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଏ। ଏହି ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମଦିନ। ଏହି ଦିନ ଆମକୁ ମହାତ୍ମା ଗାନ୍ଧୀଙ୍କ ଜୀବନ, ସଫଳତା ଏବଂ ନୈତିକ ମୂଲ୍ୟବୋଧ ଉପରେ ପ୍ରତିଫଳିତ କରିବାର ସୁଯୋଗ ଦେଇଥାଏ।ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ୱର। ସାରା ଦେଶରେ ସେ ବାପୁ ଭାବରେ ବେଶ୍‌ ଜଣାଶୁଣା। ଗାନ୍ଧିଜୀ କେବଳ ଭାରତରେ ନୁହନ୍ତି ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ। ଭାରତର ସ୍ୱାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସେ ନିଜର ସର୍ବସ୍ୱ ହରେଇବାକୁ ପ୍ରସ୍ତୁତ ଥିଲେ।

ଗାନ୍ଧୀଙ୍କ ପାଖରେ ଅନେକଗୁଡିଏ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା । ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ସେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି ତଥା ଶିକ୍ଷା ଉପରେ ଯେଉଁ ପଦକ୍ଷେପ ତାହା ଆଜି ସମସ୍ତଙ୍କର ଆଦର୍ଶ ହୋଇ ରହିଛି।ତେବେ ସାରା ଭାରତରେ ଅହିଂସା ଆନ୍ଦୋଳନର ପୁରଧା ସାଜିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ବହୁଥର ଓଡିଶା ଆସିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *