ହୋଇନଥିଲା ଗଣ ଦୁଷ୍କର୍ମ , ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ  ସୋମବାର ଦିନ  ଏକ ଚାର୍ଜସିଟ ଦାଖଲ କରିଛି। କୋଲକାତାର ସିଆଲଦା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସିବିଆଇ ପ୍ରକାଶ କରିଛି ଯେ ଡାକ୍ତରଙ୍କ ସହ ଗଣଦୁଷ୍କର୍ମ କରାଯାଇ ନାହିଁ।  କେବଳ ସଞ୍ଜୟ ରାୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଅପରାଧ କରିବା ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ।  ଜୀବନ ନେବା  ଓ  ଦୁଷ୍କର୍ମ  କରିଥିବା ଆଧାରରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜ ସିଟ୍ ରେ ୨୦୦ରୁ ଅଧିକପୃଷ୍ଠାର ରହିଛି ।

ଏବେ ଆଶା କରାଯାଉଛି ଯେ ସିବିଆଇ ଚାର୍ଜସିଟ୍ ପରେ  ଶୀଘ୍ର ନ୍ୟାୟ ମିଳିବ।ସଞ୍ଜୟ ରାୟ ଡାକ୍ତରଖାନାର  ସିଭିକ୍ ୱେଲଫେୟାର ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲେ। ଡାକ୍ତରଖାନାର ମୁଖ୍ୟ ଫାଟକର ସିସିଟିଭି ଏବଂ ମୃତ ଶରୀର ନିକଟରେ ପଡ଼ିଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବ୍ଲୁଟୁଥ୍ ଉପକରଣ ଏହି ଘଟଣାରେ ସଞ୍ଜୟ ରାୟଙ୍କ ଭୂମିକାକୁ ନିଶ୍ଚିତ କରିଥିଲା‌।

କୁହାଯାଇଥିଲା ଯେ ୮ଅଗଷ୍ଟ ସକାଳେ କୋଲକାତା ଆସିବା ପରେ ସଞ୍ଜୟ ଆର.ଜି କର ହସ୍ପିଟାଲରେ ପହଞ୍ଚିଥିଲେ।  ସେ ଜଣେ ଦଲାଲ ଭାବରେ କାର୍ଯ୍ୟ କରୁଥିଲେ।  ରୋଗୀଙ୍କୁ ଭର୍ତ୍ତି କରିବାରେ ତାଙ୍କର ସାହାଯ୍ୟ ଯୋଗୁ  ତାଙ୍କୁ ଆରଜି କର  ହସ୍ପିଟାଲରେ ମୁକ୍ତ ଭାବରେ ପ୍ରବେଶ କରିବାର ଅନୁମତି ଦିଆଯାଇଥିଲା।

ଅଗଷ୍ଟ ୯ ରେ ରାତି ୧ ଟାରେ ସଞ୍ଜୟ ରାୟ ପରଦିନ ଅସ୍ତ୍ରୋପଚାର କରାଯିବା ରୋଗୀଙ୍କ ସହାୟତା ପାଇଁ ଡାକ୍ତରଖାନାକୁ ଫେରିଥିଲେ।  ତା’ପରେ ରାତିରେ ସେ ଡାକ୍ତରଖାନା ପଛରେ ଥିବା ବିଲ୍ଡିଂରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଦ୍ୟପାନ କରିଥିଲେ।  ଭୋର୍ ୩ଟା  ସମୟରେ ସଞ୍ଜୟ ହସ୍ପିଟାଲର ତୃତୀୟ ମହଲାକୁ ଫେରିଥିଲେ।

କିଛି ସମୟ ପରେ ସେ ସେମିନାର ହଲରେ ପ୍ରବେଶ କରିଥିଲେ। ସେଠାରେ ଟ୍ରେନିଂ ଡାକ୍ତର ବିଶ୍ରାମ ନେଉଥିଲେ। ଦୁଷ୍କର୍ମ ପରେ ସେ ଡାକ୍ତରଙ୍କ ଜୀବନ ନେଇଥିଲେ। ପ୍ରାୟ  ୪୦-୪୫ ମିନିଟ୍ ପରେ ସଞ୍ଜୟ ଶୀଘ୍ର ସେମିନାର ହଲରୁ ବାହାରି ଆସିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *