ପାରାଦୀପ ବନ୍ଦରରେ ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ, ଅପରେଟର ଆହତ

ପାରାଦୀପ ବନ୍ଦରରେ ଜାହାଜରୁ ଖଣିଜ ଦ୍ରବ୍ୟ ଅନ୍ଲୋଡିଂ ବେଳେ କ୍ରେନର ବୁମ୍ ଗ୍ରାଫ୍ ଭାଙ୍ଗି ପଡ଼ିଛି। ଏଥିରେ ଜାହାଜ କ୍ଷତିଗ୍ରସ୍ତ ହେବା ସହ କ୍ରେନ୍ ଅପରେଟର ଆହତ ହୋଇଛନ୍ତି। ଆହତ ଅପରେଟରଙ୍କୁ ପ୍ରଥମେ ପାରାଦୀପ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କ୍ରେନ୍ର ବକେଟ୍ ସମୁଦ୍ର ଭିତରକୁ ଖସି ପଡ଼ିଥିବା ସୂଚନା ମିଳିଛି।ପୂର୍ବରୁ କେବେ ଏଭଳି ଦୁର୍ଘଟଣା ଘଟି ନଥିବା ବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପାରାଦୀପ ବନ୍ଦରର ଏଫ୍ପିବି ବର୍ଥରେ ଏମ୍ଭି ଆନ୍ସି ମ୍ୟାକ୍ସିମସ୍ ଜାହାଜରୁ ଚୂନପଥର ଅନଲୋଡ଼ିଂ ହେଉଥିଲା। ବୋଥ୍ରା ସିପିଂ କମ୍ପାନି ଅନ୍ଲୋଡିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କ୍ରେନ୍ରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଥିଲା ଶହଶହ ଟନର ଓଜନିଆ ବୁମ୍ ଗ୍ରାଫ୍। ଏଥିରେ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାଙ୍ଗି ଯାଇଥିବା ଖଣ୍ଡଟି ପାଣି ଭିତରକୁ ଖସି ପଡ଼ିଥିଲା। କ୍ରେନର ଲିଫି ସିଲିଣ୍ଡର ଛିଣ୍ଡି ଯିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କ୍ରେନ କାଚ କୋଠରି ଭାଙ୍ଗି ଯିବାରୁ ତା ଭିତରେ ଥିବା ଅପରେଟରଙ୍କ ଦେହରେ କାଚ ପଶି ଯାଇଥିଲା। ସୌଭାଗ୍ୟବଶତଃ ଜାହାଜ କ୍ରିଉ ମେମ୍ବରମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କ୍ରେନର ଉପରି ଭାଗରେ ଏହି ଓଜନିଆ ବୁମ୍ ଗ୍ରାଫ ରହିଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *