ଯୌନଶୋଷଣକାରୀଙ୍କ ରକ୍ଷାକବଚ ସାଜିଛନ୍ତି ଉପ-ରାଜ୍ୟପାଳ

ଯୌନଶୋଷଣକାରୀଙ୍କ ରକ୍ଷାକବଚ ସାଜିଛନ୍ତି ଉପ-ରାଜ୍ୟପାଳ। ଏଭଳି ସଙ୍ଗୀନ ଆରୋପ ଆଣିଛି ଆପ୍। ଜଣେ ମହିଳା ଡାକ୍ତରଙ୍କୁ ଯୌନଶୋଷଣ ଓ ମାନସିକ ନିର୍ଯାତନା ଦେଇଥିବା ମେଡିକାଲ ଅଧୀକ୍ଷକଙ୍କୁ ସୁରକ୍ଷା ଓ ସଂରକ୍ଷଣ ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟସଚିବ। ଆଉ ଅଭିଯୋଗର ସବୁ ପ୍ରମାଣ ଯାଞ୍ଚ କମିଟି ପାଇବା ପରେ ବି ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ନୀରବତାକୁ ନେଇ ଅଙ୍ଗୁଳି ଉଠାଇଛି ଆପ୍। ନୈତିକତା ଦୃଷ୍ଟିରୁ ଆଉ ଏଲଜି ପଦରେ ବିନୟ ସକ୍ସେନା ରହିବା ଉଚିତ ନୁହେଁ ବୋଲି ଅଭିଯୋଗ ଉଠାଇଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ।

ଯୌନ ଶୋଷଣକାରୀଙ୍କ ସୁରକ୍ଷାକବଚ ପାଲଟିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ଯୌନଶୋଷଣର ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତି ଉପ-ରାଜ୍ୟପାଳ ବିନୟ ସକ୍ସେନା। କୋଲକାତା ଭଳି ବିପଜ୍ଜନକ ଘଟଣାର ପୁନରାବୃତ୍ତି ହେଉ ବୋଲି ଅପେକ୍ଷା କରିଛନ୍ତି କି ବୋଲି ପଚାରି ଅଙ୍ଗୁଳି ଉଠାଇଛି ଆମ୍ ଆଦମୀ ଦଳ। ଆପ୍ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ପୀଡ଼ିତା ମହିଳା ଡାକ୍ତରଙ୍କୁ ମେଡିକାଲର ଅଧୀକ୍ଷକ ଯୌନଶୋଷଣ କରିବାର ଆରୋପ ରହିଛି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପାଲଟା ଅଭିଯୋଗକାରିଣୀ ଡାକ୍ତରଙ୍କୁ ବଦଳି କରିଦିଆଗଲା। ବିଡ଼ମ୍ୱନାର କଥା ଥିଲା କି, ବଦଳି ଅର୍ଡରରେ ଏହା ବି ଲେଖାହୋଇଥିଲା ଯେ, ମହିଳା ଡାକ୍ତର ଜଣକ ଯୌନଶୋଷଣର ଅଭିଯୋଗ ଆଣିବାରୁ ବଦଳି କରାଯାଉଛି। ସଂପୃକ୍ତ ମେଡିକାଲ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବ ଦୀପକ କୁମାର ସୁରକ୍ଷା ଦେଉଥିବାରୁ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି କରିଛନ୍ତି ସଞ୍ଜୟ। ଗିରଫ କରି ଜେଲକୁ ପଠାନ୍ତୁ ଏଲଜି। ଉପ-ରାଜ୍ୟପାଳଙ୍କ ସାମାନ୍ୟ ନୈତିକତା ଥିଲେ, ନିଜ ପଦରୁ ଇସ୍ତଫା ଦିଅନ୍ତୁ। ମହିଳାଙ୍କୁ ଯୌନଶୋଷଣ ମାମଲାରେ ଏଲଜି କାହିଁକି ଚୁପ୍।

ପୀଡ଼ିତା ମହିଳା ଡାକ୍ତର ଲମ୍ୱା ସମୟ ଧରି ଅଭିଯୋଗ କରିଆସିଛନ୍ତି। ଥରେ ହେଲେ ବି ସ୍ୱାସ୍ଥ୍ୟ ସଚିବ ଅଭିଯୋଗକାରିଣୀଙ୍କୁ ଡାକିଲେନି କି ତାଙ୍କ କଥା ଶୁଣିଲେନି। କେବଳ ଆଇଓ୍ୱାସ୍ ପାଇଁ ଆଭ୍ୟନ୍ତରୀଣ କମିଟି କରାଯାଇଛି। ଆଉ ଏହାର ପରିଣାମ ବି ଆଶ୍ଚର୍ଯ୍ୟଚକିତ କରିଛି। ମାର୍ଚ୍ଚ ୨୦୨୪ରେ ଏକ ପୁରୁଣା ମାମଲାକୁ ନେଇ ସଂପୃକ୍ତ ମହିଳା ଡାକ୍ତରଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଦିଆଗଲା। ଯାଞ୍ଚ କମିଟି ବି ମହିଳା ଡାକ୍ତର ଦେଇଥିବା ପ୍ରମାଣରେ ସହମତ ହୋଇଥିଲେ। କିନ୍ତୁ ଉପ-ରାଜ୍ୟପାଳ ଆଜିଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି। ମହିଳାଙ୍କ ସହ ଅନ୍ୟାୟ କରିବାକୁ ବିଜେପି କଅଣ ଏଲଜିଙ୍କୁ ସୁପାରି ଦେଇଛି କି ବୋଲି ପଚାରିଛନ୍ତି ସଞ୍ଜୟ ସିଂ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *