କବାଡି ଖେଳୁଥିବା ବେଳେ ହଠାତ ଚାଲିଗଲା ପ୍ରାଣ ବାୟୁ

ନୂଆପଡା ଜିଲ୍ଲା ତରବୋଡ଼ ସାର୍ଵଜନୀନ ଦୁର୍ଗା ପୂଜା ଅବସର ରେ ଅନୁଷ୍ଠିତ କବାଡି ପ୍ରତିଯୋଗିତା ରେ ଅଘଟଣ ଘଟିଛି । କବାଡି ଖେଳୁଥିବା ସମୟ ରେ ହଠାତ ପଡ଼ି ଖେଳାଳି ଙ୍କ ମୃତ୍ୟୁ ହୋଇଥିବା ଏକ ଦୁଖଃଦ ଘଟଣା ସାମ୍ନା କୁ ଆସିଛି । ମୃତ କବାଡି ଖେଳାଳୀ ଜଣକ ଛତିଶଗଡ ର ମହାସମୁନ୍ଦ ଜିଲ୍ଲା ପୋଟାପଡା ସୋନିଷ୍ଟାର କ୍ଳବ ଖେଳାଳୀ ଖଗେଶ ରା଼ଖିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ତରବୋଡ଼ ସାର୍ଵଜନୀନ ଦୁର୍ଗା ପୂଜା ଆନୁକୂଲ୍ୟରେ ଅନୁଷ୍ଠିତ କବାଡି ଟୁର୍ନାମେଣ୍ଟ ର ଫାଇନାଲ ଖେଳ କୋମନା ବ୍ଳକ ହାତୀସରା ଏବଂ ଛତିଶଗଡ ର ମହାସମୁନ୍ଦ ଜିଲ୍ଲା ପୋଟାପଡା ର ସୋନିଷ୍ଟାର କ୍ଲବ ମଧ୍ୟରେ ଫାଇନାଲ ଖେଳ ଚାଲୁଥିଲା। ଫାଇନାଲ ଖେଳର ଶେଷ ପର୍ଯ୍ୟାୟ ରେ ପହଞ୍ଚି ଆଉ ଆଡେଇ ମିନିଟ ବାକି ଥିବା ବେଳେ ଖେଳୁଥିବା ସମୟ ରେ ଖଗେଶ ହଠାତ ତଳେ ପଡ଼ି ଯାଇଥିଲେ ! ତୁରନ୍ତ ଆଚେତ ଅବସ୍ଥା ରେ ଆୟୋଜକ କମିଟି ପକ୍ଷରୁ ଉଦ୍ଧାର କରି ପ୍ରଥମେ ତରବୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରି ଚିକିତ୍ସିତ ସମୟ ରେ ଡାକ୍ତର ମୃତ ଘୋଷଣା କରିଥିଲେ  !

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *