କଟକରେ ଭୁଶୁଡିଲା ଦଶହରା ତୋରଣ

କଟକ ରେ ଭୁଶୁଡ଼ିଲା ଦଶହରା ତୋରଣ । ଖାନନଗର ନେତାଜୀ ବସ ଟର୍ମିନାଲ ନିକଟରେ ଭୁଶୁଡ଼ିଲା ତୋରଣ । ଖାନନଗର ପୂଜା କମିଟି ପକ୍ଷରୁ ଦଶହରା ପୂଜା ପାଇଁ ତୋରଣ ନିର୍ମାଣ କରାଯାଇଥିଲା । ଗୋଟିଏ କାର, ଦୁଇଟି ବାଇକ ତୋରଣ ତଳେ ଚାପିହୋଇଥିବା ସୂଚନା । ଜେସିବି ସାହାଯ୍ୟରେ ତୋରଣକୁ ହଟାଯାଉଛି ।

ସୂଚନା ଅନୁଯାୟୀ ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ର ନେତାଜୀ ବସ ଟରକ୍ମିନାଲ ସମ୍ମୁଖରେ ହୋଇଥିବା ଲାଇଟ୍ ଗେଟ ତୋରଣ ହଠାତ ଆଜି ଭୁଶୁଡି ପଡିଥିଲା । ଏହି ଗାଡି ଗୁଡ଼ିକ ତୋରଣ ତଳେ ପାର୍କିଂ ହୋଇଥିଲା । ତୋରଣ ତଳେ ବହୁ ଯାନବାହନ ଚାପି ହୋଇଯାଇଥିଲା । ଏଥିରେ ଅନେକ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ଯୋଗୁଁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *