ପରକିୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ହାଣ୍ଡିଭଙ୍ଗା ଗାଁରେ । ସୂଚନା ଅନୁଯାୟୀ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚିନି ମୁଣ୍ଡାଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ସ୍ତ୍ରୀ ଚିନି ମୁଣ୍ଡାଙ୍କ ଉପରକୁ ତୀର ମାଡ଼ କରିଥିଲେ । ତୀରଟି ସିଧା ଯାଇ ଚିନିଙ୍କ ଛାତିରେ ବାଜିଥିଲା । ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ସ୍ୱାମୀ ଦଶରାକୁ ଅଟକ ପୋଲିସ ଅଧିକ ରଖି ପଚରାଉଚରା କରୁଛି ବାମେଵାରୀ ପୋଲିସ୍ ।ଭିଯୁକ୍ତ ସ୍ୱାମୀ ଦସରା ମୁଣ୍ଡାକୁ ଗିରଫ ପରେ ତା’ଠାରୁ ହତ୍ୟାରେ ବ୍ୟବହୃତ ଧନୁ, ତୀର ପୋଲିସ ଜବତ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଲେ କେନ୍ଦୁଝର ଅତିରିକ୍ତ ଏସପି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ବେଳେ, ସକାଳୁ ଚିନି ମୁଣ୍ଡାକୁ ଝୁମ୍ପୁରା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ, ଡ଼ାକ୍ତର ଚିନି ମୁଣ୍ଡାକୁ ମୃତ ଘୋଷଣା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now