ସାପକୁ ସିପିଆର ଦେଇ ବଞ୍ଚାଇଲେ ଯୁବକ , ଭାଇରାଲ ହେଉଛି ଭିଡିଓ

ଗୁଜୁରାଟର ଭଦୋଦରାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଗୁରୁତର ସାପକୁ ଉଦ୍ଧାର କରି ସିପିଆର ଦେଇ ଜୀବନ ବଞ୍ଚାଉଥିବା ଦେଖାଯାଇଚି । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସବୁଠାରୁ ବଡ଼ ବିଷୟ ସାପକୁ ସିପିଆର ଦେବା ପରେ ସେ ବଞ୍ଚି ମଧ୍ୟ ଯାଉଛି ।

ସୂଚନା ଅନୁସାରେ, ବନ୍ୟପ୍ରାଣୀ ସୁରକ୍ଷାକର୍ମୀଜଣକ ରାସ୍ତାରେ ଏକ ସାପ ଗୁରୁତର ଅବସ୍ଥାରେ ପଡିଥିବା ଦେଖିଥିଲେ । ସାପଟି ବେହୋସ ଭାବେ ପଡିରହିଥିଲା । ତେବେ ଏହା ଦେଖି ସେ ସାପକୁ ଜୀବୀତ କରିବା ପାଇଁ ଚେଷ୍ଟା କରିଥିଲେ । ସେ କହିଥିଲେ, ମେତେ ଲାଗୁଛି ସାପଟି ବଞ୍ଚିଯିବ । ବିନା କିଛି ଭାବି ସେ ସାପକୁ ତଳୁ ଉଠାଇ ଜାବୁଡି ଧରିଲେ । ଏହାପରେ ପ୍ରାୟ ୩ମିନିଟ ଧରି ସାପକୁ ସିପିଆର ଦେଇଥିଲେ ।

ପ୍ରଥମେ ତାଙ୍କର ସାହାସିକତା ବ୍ୟର୍ଥ ଲାଗିଥିଲା । କାରଣ ପ୍ରଥମ ୧ ମିନିଟ ସିପିଆର ଦେବା ପରେ ସାପର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଏହାପରେ ପୁଣି ସିପିଆର ଦେବାକୁ ସାପର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସିପିଆର ଦେବାରୁ ସାପଟି ପୁନର୍ଜୀବିତ ହୋଇଥିଲା । ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ସାବାସି ଦେଉଥିବା ଦେଖାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *