ମହାରାଷ୍ଟ୍ର ନିର୍ବାଚନ: କିଏ ହେବ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ବିଜେପି ସହ ସବୁଦଳ ନିଜ ନିଜର ରଣନୀତି ଲଢିବାରେ ପ୍ରସ୍ତୁତ ହୋଇସାରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କୌଣସି ଫୈସଲା ହୋଇନାହିଁ। ସୂତ୍ର ମୁତାବିକ ନିର୍ବାଚନ ପରେ ଏହାର ନିର୍ଣ୍ଣୟ ନିଆଯିବ ବୋଲି ସମାଲୋଚନା କରାଯାଇଛି। ତେବେ ଗୃହମନ୍ତ୍ରୀ ଅମିତ ଶାହା ବୈଠକରେ ସଫା ଭାବେ କହିଛନ୍ତି କି, “ସଂଖ୍ୟା ବଳ ହିସାବରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିର୍ଣ୍ଣୟ କରାଯିବ”।  

କିନ୍ତୁ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ତାର ଫୈସଲା ନହୋଇଥିଲେ ମଧ୍ୟ ସିଟ୍ ଗୁଡିକର ବିଭାଜନ କରାଯାଇଛି। ଏହା ସ୍ଥିର ହୋଇଛି କି କିଏ କେତେ ଆସନରେ ଲଢିବେ। ସୂତ୍ର ଅନୁଯାୟୀ ୯୦ ପ୍ରତିଶତ ସିଟ୍ ର ଭାଗ ହୋଇସାରିଛି। ୨୮୮ ସିଟ୍ ରୁ ୧୫୮ ସିଟ୍ ରେ ବିଜେପି, ୭୦ ସିଟ୍ ରେ ଶିବସେନା ସିଂଦେ ଗୁଟ୍‌ ଏବଂ ୫୦ ସିଟ୍ ରେ NCP ଅଜିତ୍ ପାୱାର ଗୁଟ୍‌ ନିର୍ବାଚନ ଲଢିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *