ବାତ୍ୟା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା

୨୩ ,୨୪ ଓ ୨୫ ପାଇଁ ଟ୍ରେନ ବାତିଲ ଘୋଷଣା । ପୁରୀକୁ ଯାତାୟତ କରୁଥିବା ୯୩ଟି ଟ୍ରେନ ବାତିଲ ହୋଇଛି । ପୁରୀ ରେଲୱେ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନଆଯାଇଛି । ଓଡ଼ିଶା ସୀମାନ୍ତ ଦେଇ ପୁରୀରେ ଏଭଳି ନିଷ୍ପତି ନିଆଯାଇଛି । ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ ଏବଂ ପୁରୀରୁ ବିଭିନ୍ନ ରାଜ୍ୟକୁ ଓଡ଼ିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ପର୍ଯ୍ୟଟକ ମନେ କିଭଳି ନିଜ ନିଜ ଘରକୁ ଟ୍ରେନ ଯୋଗେ ଫେରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *