ଅର୍ଥନୀତିଜାତୀୟବାଣିଜ୍ୟ/ବ୍ୟବସାୟ

ଟେଲିକମ ଦୁନିଆରେ ଆଦାନୀଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଟେଲିକମ ଦୁନିଆରେ ଏଣ୍ଟ୍ରି କରିଛନ୍ତି ଶିଳ୍ପପତି ଗୌତମ ଆଦାନୀ । ଗୌତମ ଆଦାନୀଙ୍କ ଏଣ୍ଚ୍ରି ପରେ ଚିନ୍ତାରେ ପଡିଯାଇଛନ୍ତି ରିଲାଏନସ୍ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ । ପୂର୍ବରୁ ଉଭୟ ଅଲଗା ଅଲଗା କ୍ଷେତ୍ରରେ ନିଜର ବ୍ୟବସାୟ ଜାରି ରିଖିବା ସହିତ ଦେଶର ଦୁଇ ଜଣ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ବର୍ତ୍ତମାନ ମଧ୍ୟ ଦେଶର ଦୁଇ ଜଣ ପ୍ରତିଷ୍ଠିତ ବ୍ୟବସାୟୀ । ଏବେ ମୁହାଁମୁହିଁ ହେବେ ଆଦାନୀ ଅମ୍ବାନୀ। ଏବେ ସମାନ କ୍ଷେତ୍ରରେ ଦୁଇ ଜଣ ପ୍ରବେଶ କରିବା ପାଇଁ ଯାଉଛନ୍ତି। ଆଶା କରାଯାଉଛି କି ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଟେଲିକମ ଦୁନିଆରେ ଗୌତମ ଆଦାନୀଙ୍କ ଏଣ୍ଟ୍ରି ପରେ ସରଗରମ ହୋଇଉଠିଛି ଟେଲିକମ ସେକ୍ଟର। ବିଶେଷ କରି ମୁକେଶ ଅମ୍ବାନୀଙ୍କ ଚିନ୍ତା ବଢିଯାଇଛି। ଦୁଇ ଜଣଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଦ୍ବାରା ଗ୍ରାହକ ମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି। ଏହାର କାରଣ ହେଉଛି ମୁକେଶ ଅମ୍ବାନୀ ହେଉଛନ୍ତି ଟେଲିକମ ସେକ୍ଟରର ପୁରୁଣା ଖେଳାଳୀ। ବେଶ ଅଭିଜ୍ଞତା ସାଙ୍ଗକୁ ପ୍ରଚୁର ମାତ୍ରାରେ ଲାଭବାନ ହୋଇଛନ୍ତି, ଏଥି ସହିତ ନିଜ ଅକ୍ତିଆରରେ ରଖିଛନ୍ତି ଟେଲିକମ ଦୁନିଆକୁ। ତାଙ୍କ ବାପା ଧୀରୁଭାଇ ଅମ୍ବାନୀ ଦିନେ ସ୍ୱପ୍ନ ଦେଖିଥିଲେ ଭାରତର ଜଣେ ଚାଷୀ ହାତରେ ବା ସାଧାରଣ ଲୋକଙ୍କ ହାତରେ ମୋବାଇଲ ଦେଖିବେ। ସେହି ପରିକଳ୍ପନାକୁ ନେଇ ମୁକେଶ ଆରମ୍ଭ କରିଥିଲେ ରିଲାଏନସ ଇଣ୍ଡିଆ ମୋବାଇଲ। କମ ଦାମରେ ନମ୍ବର ସହତି ସେଟ ମଧ୍ୟ ଲୋକ ମାନଙ୍କୁ ଯୋଗାଇ ଦେଇଥିଲା ରିଲାଏନସ୍। ତାର ସ୍ଲୋଗାନ ଥିଲା ରିଲିଏନସ୍ ଇଣ୍ଡିଆ ମୋବାଇଲ୍ ( ରିମ୍ ) କରଲୋ ଦୁନିଆ ମୁଠୀ ମେ । କଥାରେ ଛି ବାପ ସେ ବେଟା ଜ୍ୟାଦା । ବାପାଙ୍କ ସ୍ୱପ୍ମ ଠାରୁ ବହୁ ଆଗକୁ ଗଲେ ମୁକେଶ ଅମ୍ୱାନୀ। ଏମିତି କାୟା ବିସ୍ତାର କେଲ ଯେ ଟେଲିକମ ସେକ୍ଟର କହିଲେ ମୁକେଶ ଅମ୍ବାନୀଙ୍କୁ ବୁଝାଏ। କିନ୍ତୁ ବର୍ତ୍ତମାନ ପ୍ରତିଯୋଗୀ ଆସିଲେ ଗୌତମ ଆଦାନୀ। ଗତ ବର୍ଷ

ଜୁନରେ ରିଲାଏନସ୍ ସୋଲାର ଏନର୍ଜିରେ ନିବେଶ କରିବ ବୋଲି ଘୋଷଣା କରିଥିଲା। ଯେଉଁଥିରେ କି ଆଦାନୀର ପତିଆରା ଓ ଦବଦା ରହିଛି। ଠିକ ଏହା ପରେ ଜୁନରେ ଟେଲିକମ ଦୁନିଆରେ ପାଦ ଦେବ ବୋଲି ଆଦାନୀ ଘୋଷଣା କଲା । ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ପତିଆରା ରହିଛି। ଆଉ ଏବେ ବିଦେଶରେ ପତିଆରା ଜାହିର କିରବାକୁ ଉଦ୍ୟମ ଜାରି ରିହଛି। ଅମ୍ବାନୀ ଏବେ ବିଦେଶରେ ଥିବା ଟେଲିକମ୍ କମ୍ପାନୀକୁ କିଣିବା ପାଇଁ ଯୋଜନା କରୁଛନ୍ତି। ଅନ୍ୟ ପଟେ ଆଦାନୀ ଗ୍ରୁପ ପାଖରେ ଫାଇଭ ଜି ୱେୟାର ଟେଲିକମୁନିକେସନ ସେବା ପାଇଁ ଏଯାଏଁ ଲାଇସେନସ ନାହିଁ। ଗତ ବର୍ଷ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏସିଆ ମହାଦେଶର ୨ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ନିଜ ନିଜର ଅଲଗା କ୍ଷେତ୍ରରେ ବ୍ୟବସାୟ ବିସ୍ତାର କରିଥିଲେ। କିନ୍ତୁ ଏବେ ପରସ୍ପର ବ୍ୟବସାୟ ଉପରେ ଆଖି ପକାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟତର ହେଛନ୍ତି ଏହି ଦୁଇ ଗୁଜୁରାଟୀ କମ୍ପାନୀ। ବ୍ଲମବର୍ଗ ରିପୋର୍ଟ ଅନୁସାରେ ମାର୍ଚ୍ଚରେ ଆଦାନୀ ଗ୍ରୁପ ସାଉଦି ଆରବରେ ନିବେଶ କରିବ ବୋଲି ଜଣାପଡିଥିଲା। ଏହି ନିବେଶ ଜରିଆରେ ଆଦାନୀ ତେଲ ଉପରେ ନିବେଶ କରିବ ବୋଲି ଜଣାପଡିଥିଲା। ଏହା ପୂର୍ବରୁ କିନ୍ତୁ ରିଲାଏନସ୍ ଅଶୋଧିତ ତେଲ ବ୍ୟବସାୟରୁ ନିଜର ଅଧିକାଂଶ ରାଜସ୍ବ ପାଇଛି । ସେହିପରି ତେଲ କ୍ଷେତ୍ରରେ ୨୦ ପ୍ରତିଶତ ଅଂଶକୁ ରିଲାଏନସ୍ ଆରାମକୋକୁ ବିକିବାକୁ କରିଥିବା ଯୋଜନା ବାତିଲ କରିଛି । । ଏପରି ସମୟରେ ଆଦାନୀ ଡିଜିଟାଲ ସେବା, କ୍ରୀଡା ,ରିଟେଲ ପେଟ୍ରୋକେମିକ୍ଲସ୍, ଏବଂ ମିଡିଆରେ ନିଜର ନିବେଶ ବଢାଇବାକୁ ଇଙ୍ଗିତ କରିଛି । ଅନ୍ୟ ପଟେ ବର୍ଷକ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ମୁକେଶ ଅମ୍ବାନୀ ଏବେ ପ୍ରାୟ ୮୯.୬ ମିଲିୟନ ଡଲାରର ମାଲିକ। ଅମ୍ବାନୀ ଦୁନିଆର ୧୦ ଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ବାଦ ପଡିଛନ୍ତି। ଅନ୍ୟ ପଟେ ଆଦାନୀ ବିଶ୍ବର ଗ ଚତୁର୍ଥ ଧନୀ ତାଲିକାରେ ଅଛନ୍ତି ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button