ମିସ୍ ରୁ ମିସେସ୍ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି। ବାଜିଲା ଶାହାନାଇ, ପଡ଼ିଲା ହାତଗଣ୍ଠି। ବୟଫ୍ରେଣ୍ଡ ସୁମିତ ସୁରିଙ୍କ ସହ ନେଲେ ସାତ ଫେରା।ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀ ବିବାହ ବେଳର ଫଟୋ । ତେବେ ସେ ଲୋକପ୍ରିୟ ସିରିଏଲ୍ ‘ନାଗିନ’ ଓ ‘କବୁଲ ହୈ’ରୁ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ସୁରଭି ଜ୍ୟୋତିଙ୍କ ରବିବାର ତଥା ଅକ୍ଟୋବର ୨୭ରେ ସରିଛି ବିବାହ।ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ସୁମିତ ସୁରିଙ୍କୁ ବିବାହ କରିଛନ୍ତି।
ଭଭୟ ଉତ୍ତରାଖଣ୍ଡର ଜିମ୍ କାର୍ବେଟ୍ ରେ ସାତ ଫେରା ନେଇଛନ୍ତି। ଏହି ବିବାହ ବେଳର କିଛି ସୁନ୍ଦର ଫଟୋକୁ ନିଜେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।
ଫଟୋରେ ସୁରଭି ପୂରାପୁରି ବ୍ରାଇଡାଲ ଲୁକ୍ ରେ ନଜର ଆସିଛନ୍ତି। ମଜେଣ୍ଟା ଓ ଗୋଲ୍ଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସେ ହେଭି ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି। ତେବେ ତାଙ୍କ ମେକ୍ଅପ୍ କିନ୍ତୁ ପୂରା ସିମ୍ପୁଲ ରହିଛି। ସେହିପରି ସୁମିତ ଧଳା ରଙ୍ଗର ଚିକନକରି କୁର୍ତା ଓ ପଠାନି ସାଲଓ୍ୱାର ପିନ୍ଧିଥିବା ନଜର ଆସିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now