ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଅର୍ଥାତ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା ।ଏହି ନିୟମକୁ ରେଳବାଇ ଗତ ମାସରେ ପରିବର୍ତ୍ତନ କରି ବୁକିଂ ସମୟ ସୀମାକୁ ହ୍ରାସ କରିଥିଲା ।ଟ୍ରେନ ଯାତ୍ରା ଯୋଜନା ପାଇଁ ୧୨୦ ଦିନ ବହୁତ ଲମ୍ବା ଥିଲା । ଫଳ ସ୍ୱରୂପ ଯାତ୍ରୀମାନେ ଯାତ୍ରା ପାଇଁ ନଆସିବାରୁ ବାତିଲ ଏବଂ ସିଟ୍ ବର୍ଥର ଅପଚୟ ହେଉଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୨୧ ପ୍ରତିଶତ ବାତିଲ ହୁଏ ଏବଂ ୪ ରୁ ୫ ପ୍ରତିଶତ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ଏବେ କିନ୍ତୁ ସମୟସୀମା ପରିବର୍ତ୍ତନ ହେବାରୁ ଏହି ସମସ୍ୟା ଦୂର ହେବ ।
ଯଦି ଆପଣ ଭବିଷ୍ୟତରେ ବୁଲିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଟିକେଟ ବୁକିଂ ବିଷୟରେ ସତର୍କ ରହିବାକୁ ପଡିବ । ନଚେତ ଏକ କନଫର୍ମ ଟିକେଟ ପାଇବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । ଆଡଭାନ୍ସ ଟିକେଟ ବୁକିଂର ସମୟ ମାତ୍ର ୬୦ ଦିନ ହୋଇଥିବାରୁ ଯାତ୍ରୀମାନଙ୍କୁ ଟିକେଟ କନଫର୍ମ ପାଇଁ ଶୀଘ୍ର ଟିକେଟ ବୁକ କରିବାକୁ ପଡିବ । ଆଇଆର୍ସିଟିସି ଆପ୍ କିମ୍ବା ୱେବସାଇଟରେ ଟିକେଟ୍ ବୁକ୍ କରିପାରିବେ ଟ୍ରେନ ଯାତ୍ରୀ । ଅଥବା ରେଳ ଷ୍ଟେସନ ରିଜର୍ଭେସନ କାଉଣ୍ଟରକୁ ଯାଇ ମଧ୍ୟ ଟ୍ରେନ ଟିକେଟ ବୁକିଂ କରିପାରିବେ । ତେବେ ପୂର୍ବରୁ ବୁକିଂ ହୋଇଥିବା ଟ୍ରେନ ଟିକେଟ ଉପରେ ଏହାର ପ୍ରଭାବ ପଡିବ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now