ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଛି ଇସ୍କନ !

ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପ୍ରାଥମିକତା। ଅଦିନିଆ ରଥଯାତ୍ରା କରି ଇସ୍କନ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି। ଚିଠି ଲେଖିବା ସତ୍ତ୍ୱେ ଇସ୍କନ ମାନୁନି। ବିଦେଶରେ ଏଭଳି ନିୟମ ଉଲ୍ଲଂଘନ ହେଉଥିବାରୁ ଆଉ ବରଦାସ୍ତ କରାଯିବନି ବୋଲି କଡ଼ା ଚେତାବନୀ ଶୁଣାଇ ଦେଇଛନ୍ତି ଗଜପତି ମହାରାଜା। ଆଇନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ଯାଏ ଅପେକ୍ଷା କରିବୁ। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ସରକାର। ସେପଟେ ଭକ୍ତ ଓ ସେବାୟତଙ୍କ ଭିତରେ ବି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଛି ଇସ୍କନ। ଅଦିନିଆ ରଥଯାତ୍ରା କରିବାକୁ ଯାଉଛି। ଚିଠି ଲେଖିବା ସତ୍ତ୍ୱେ ମାନୁନି। ଅଦିନିଆ ରଥା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି। ବହୁତ ହୋଇଗଲା। ଏଥର ଛାଡ଼ିବାନି କହି ଚରମବାଣୀ ଶୁଣାଇଛନ୍ତି ଗଜପତି ମହାରାଜା। ୧୯୬୭ରୁ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି ଇସ୍କନ। ଚିଠି ଲେଖିବା ପରେ ୩ ତାରିଖର ସ୍ନାନଯାତ୍ରା ସିନା ବନ୍ଦ କଲା। କିନ୍ତୁ ରଥଯାତ୍ରା ବନ୍ଦ କରୁନି। ବାରମ୍ୱାର କହିବା ପରେ ୨୦୨୨ରେ ଭାରତରେ ଅଦିନିଆ ରଥଯାତ୍ରା ବନ୍ଦ ହେଲା। କିନ୍ତୁ ବିଦେଶ ମାଟିରେ ଏହାକୁ ଅନୁସରଣ କରୁନି ଇସ୍କନ। ମାର୍ଚ୍ଚ ଯାଏ ମହଲତ ଦେଲୁ। ଯଦି ଇସ୍କନ ମାନିବନି, ତେବେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ଗଜପତି। ଚିଠି ଲେଖି ପ୍ରତିବାଦ ଜଣାଇଥିଲେ ଗଜପତି।

ଗଜପତିଙ୍କୁ ସମର୍ଥନ କରିଛନ୍ତି ଆଇନ ମନ୍ତ୍ରୀ। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା। ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ପଦକ୍ଷେପ ନେବାକୁ ଅଧିକୃତ। ଜଗନ୍ନାଥ ସଂସ୍କୃତିକୁ ବିକୃତ କଲେ ସହିବୁନି। ଆଲୋଚନାରେ ରାଜି ନହେଲେ ବିକଳ୍ପ ବାଟ ଦେଖାଯିବ।

ହ୍ୟୁଷ୍ଟନରେ ଅଦିନ ରଥଯାତ୍ରା ସନ୍ଦର୍ଭରେ ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ ଭିତରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ହ୍ୟୁଷ୍ଟନରେ ଇସ୍କନ ଶାଖା ନଭେମ୍ୱର ୯ରେ ରଥଯାତ୍ରା କରିବାକୁ ଯାଉଛି। ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଇସ୍କନ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବି ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କରିଥିଲେ। ଖ୍ୟାତି ପାଇଁ ବିଧି ଉଲ୍ଲଂଘନ କରୁଥିବା ଇସ୍କନ ସବୁଥିରେ ଅସଫଳ ହେବ। ଖ୍ୟାତି ଲାଗି ବିଧି ଉଲ୍ଲଂଘନକୁ ବରଦାସ୍ତ କରାଯିବନି କହି ଚେତାଇଦେଇଥିଲେ ଶଙ୍କରାଚାର୍ଯ୍ୟ। ସଚେତନ ନାଗରିକ ମଞ୍ଚ ଇସ୍କନ ବିରୁଦ୍ଧରେ ଥାନାରେ ଏତଲା ଦେଇଛି।

ନଭେମ୍ୱରରେ ଇସ୍କନ କରିବାକୁ ଯାଉଛି ରଥଯାତ୍ରା। ଯାହାକି ଶ୍ରୀମନ୍ଦିର ପରମ୍ପରା ବିରୋଧୀ। ଏହାକୁ ନେଇ ତେଜିଛି ବିବାଦ। ଆମେରିକାର ହ୍ୟୁଷ୍ଟନ ଇସ୍କନରେ ନଭେମ୍ୱର ୧୧ ଓ ନାଇଜେରିଆରେ ନଭେମ୍ୱର ୨୩ରେ ରଥଯାତ୍ରା ନେଇ ବିବାଦ ଉଗ୍ର ହେଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *