ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା; ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର । ରିପୋର୍ଟ ଆମର ହସ୍ତଗତ ହୋଇନି । ରାଜ୍ୟ ଫୋରେନସିକର ଯେଉଁ ରିପୋର୍ଟ ଗତକାଲି ଟିଭିରେ ଦେଖା ଯାଉଥିଲା, ତାହା ଜିଲ୍ଲା ରିପୋର୍ଟ । ଷ୍ଟେଟ ରିପୋର୍ଟ ଆସିନି । ଏହି ରିପୋର୍ଟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଦେବେ । କମିଶନର ପାଇବା ପରେ ଆମେ ପାଇବୁ । ତେବେ ହାଇଡ୍ରୋଜେନ ସଲଫାଇଡ ନେଇ ଯେଉଁ କଥା ରିପୋର୍ଟରେ ଅଛି, ତାହା ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଗୋଟେ କଥା ସ୍ପଷ୍ଟ ଯେ ହାଇଡ୍ରୋଜେନ ସଲଫାଇଡରେ ଏହି ମୃତ୍ୟୁ ହୋଇ ପାରିବ ନାହିଁ। କାରଣ ହାଇଡ୍ରୋଜେନ ସଲଫାଇଡରେ ଝାଡା ବାନ୍ତି ହୁଏ। ସେହି ଲକ୍ଷଣ ତ ମୃତକଙ୍କ ନଥିଲା।ଫୁଡ୍ ପଇଜନିକ ବୋଲି କୁହାଯାଉଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ଆବଶ୍ୟକ। ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ତର୍ଜମା କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *