ବାଲିଯାତ୍ରାର ତୃତୀୟ ଦିନରେ ଏକ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଜଣେ +୨ ଛାତ୍ରଙ୍କ ମୃତ୍ୟୁ ଘଟଛି । ମୃତକ ହେଲେ ଜଗତସିଂହପୁରର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ବପ୍ରକାଶ ମନ୍ଥନ । ଯାତ୍ରା ପଡିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ବପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ପ୍ରଶାସନର ବେପୁରିଆ ନିତି ଯୋଗୁଁ ଜଣେ ନିରୀହ ଛାତ୍ରଙ୍କର ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ କଟକର ଏକ ବେସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ ବିଶ୍ବ । ସେ ଆଉ ତାଙ୍କ ସାଙ୍ଗ କଟକ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ତଳ ପଡିଆ ବୁଲିବା ପରେ ସେ ରିଂ ବନ୍ଧର ଗୋଟଏ ପଟ ରାସ୍ତାରୁ ଅନ୍ୟ ପଟ ରାସ୍ତ ମଝିରେ ଥିବା ଡିଭାଇଡର ଡେଇଁଥିଲେ । ବିଶ୍ବ ଓ ତାଙ୍କ ସାଙ୍ଗ ଅତିକ୍ରମ କଲା ବେଳେ ଲିଚୁ ଲାଇଟ ର ତାର କୁ ଧରି ପକାଇବାରୁ ସେଠାରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now