ଓଡ଼ିଶାରେ ଅଦିନିଆ ରଥଯାତ୍ରା। ନୂଆପଡ଼ା କୋମନାରେ କାର୍ତ୍ତିକ ମାସରେ ହୋଇଥିବା ରଥଯାତ୍ରାକୁ ନେଇ ବିବାଦ ଘନେଇଛି। ଗଲା ୨୭ ବର୍ଷ ଧରି କାର୍ତ୍ତିକମାସର ଶେଷ ଆଡ଼କୁ ଦୁଇ ଦିନିଆ ରଥଯାତ୍ରା କରି ଆସୁଛନ୍ତି କୋମନାବାସୀ। ଏହାକୁ ବାଲି ରଥଯାତ୍ରାରେ ନାମିତ କରାଯାଇଛି। କାର୍ତ୍ତିକ ମାସର ୧୪ଦିନରେ ଏହା ଆରମ୍ଭ ହୋଇଥାଏ। ତେବେ ଇସ୍କନକୁ ବାରଣ ପରେ ଅଦିନିଆ ରଥଯାତ୍ରା ବନ୍ଦ ପରେ ପରେ କୋମନାରେ ଏଭଳି ରଥଯାତ୍ରାକୁ ନେଇ ଆପତ୍ତି ଉଠିବା ପରେ ଆଇନମନ୍ତ୍ରୀ କହିଛନ୍ତି, ଏ ନେଇ ସେ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ।
ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ। ଏଥର ଇସ୍କନ ନୁହେଁ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ହୋଇଥିବା ଦୁଇ ଦିନିଆ ରଥଯାତ୍ରାକୁ ନେଇ ତେଜିଛି ବିବାଦ। କୋନାବିରା ଗାଁରେ ବାଲି ରଥଯାତ୍ରା ନାଁରେ ଏହାକୁ ପାଳିତ ହୋଇଆସୁଛି ଦୀର୍ଘ ୨୭ ବର୍ଷ ଧରି। କୁଆଡ଼େ ପୂଜକଙ୍କ ସ୍ୱପ୍ନରେ ପ୍ରଭୂ ଜଗନ୍ନାଥ ଆସି ଏଭଳି ରଥଯାତ୍ରା ଆୟୋଜନ କରିବାକୁ କୁହନ୍ତି। ଆଉ ପ୍ରଭୂଙ୍କ ଆଦେଶରେ ହିଁ ପ୍ରତିବର୍ଷ କାର୍ତ୍ତିକ ମାସର ୧୪ ଦିନରେ ଏହି ଦୁଇ ଦିନିଆ ରଥଯାତ୍ରା ହୁଏ। ପ୍ରଭୂଙ୍କ ରାସଲୀଳା, ବାଲିଯାତ୍ରା ଓ ସଂକୀର୍ତ୍ତନରେ ପ୍ରକମ୍ପିତ ପରିବେଶରେ ଏହି ପାରମ୍ପରିକ ରଥଯାତ୍ରା ହୋଇଆସୁଛି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଭାଇଭଉଣୀ ଗାଁରେ ଥିବା ବିରାଜେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜଗନ୍ନାଥ ସଂସ୍କୃତିରେ ଯେଭଳି ରଥଯାତ୍ରା ଦିନ ତିନି ଭାଇ ଭଉଣୀ ମାଉସୀ ମା ଘରକୁ ଯାଆନ୍ତି, ସେ ସବୁର ଅନୁପାଳନ ଏଠାରେ ବି ହୁଏ। ଏହା ରଥଯାତ୍ରା ନୁହେଁ, ବାଲି ରଥଯାତ୍ରା ବୋଲି କହିଛନ୍ତି ମୁଖ୍ୟପୂଜକ।
ତେବେ ଏହାକୁ ନେଇ ବିବାଦ ଉଠିଛି। ଅଦିନରେ ରଥ ଗଡ଼ିବାକୁ ନେଇ ଆଇନ ମନ୍ତ୍ରୀଙ୍କୁ ଫେରାଦ୍ ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ। ଏହା ପରମ୍ପରା ବିରୋଧୀ। ଅସମୟରେ ଅଦିନିଆ ରଥଯାତ୍ରା ବିଲକୁଲ ଗ୍ରହଣୀୟ ନୁହେଁ। ପୂଜକଙ୍କୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ବିଭ୍ରାନ୍ତିକର କଥା। ସ୍କନ୍ଧ ପୁରାଣରେ ଅଛି, ପ୍ରଭୂ ଜଗନ୍ନାଥ କେବେ ଆସ୍ଥାନରୁ ବାହାରନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ୧୦ ଜଣିଆ ଟିମ୍ ବି କୋନାବିରା ଯିବା ସହ ଜିଲ୍ଲାପାଳଙ୍କୁ ଭେଟିବେ। ସେପଟେ ଆଇନମନ୍ତ୍ରୀ କହିଛନ୍ତି, ତାଙ୍କ ଦୃଷ୍ଟିକୁ ଏ କଥା ଆସିବା ପରେ ସେ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବ
ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ସହ ଅନେକ ଥର ବିବାଦ ହୋଇଛି। ଚାରିଆଡ଼ୁ ଚାପ ପରେ ଅଦିନିଆ ରଥଯାତ୍ରା ବିଦେଶରେ ବନ୍ଦ କରିବାକୁ ବାଧ୍ୟ ହୋଇଛି ଇସ୍କନ। କିନ୍ତୁ ଗଲା ୨୭ବର୍ଷ ଧରି ବାଲି ରଥଯାତ୍ରା ନାଁରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନୁରୂପ ଛିଟା କୋନାବିରାରେ ଦେଖିବାକୁ ମିଳିଆସିଥିଲା ବେଳେ ଏଥର କିନ୍ତୁ ଏହା ବିବାଦରେ ପେଶିହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now