ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫକୁ ନେଇ ଦେଶବ୍ୟାପୀ ନିନ୍ଦା

ଇସ୍କନ- ପୁଣ୍ଡରିକ ଧାମର ମହନ୍ତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଘଟଣା । ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।ଇସ୍କନ୍‌ ସମେତ ସମଗ୍ର ବିଶ୍ବର ହିନ୍ଦୁ ସଂଗଠନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ‘ସଦ୍‌ଗୁରୁ’ ଜାଗୀ ବାସୁଦେବ ଓ ଶ୍ରୀଶ୍ରୀ ରବିଶଙ୍କର ବେଆଇନ ଗରିଫଦାରୀଙ୍କୁ ବିରୋଧ କରିବା  ଆନ୍ତର୍ଜାତିକ ସମୁଦାୟ ଏଥିରେ ତତ୍କାଳ ହସ୍ତକ୍ଷେପ କରିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆହ୍ବାନ କରିଛନ୍ତି। 

ଢାକା ପୋଲିସ ସୋମବାର ନଭେମ୍ବର ୨୫ ରେ ବାଂଲାଦେଶ ଇସ୍କନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଥିଲେ । ଏହାପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଶେଷ କରି ଢାକା ଏବଂ ଶାହାବାଗ ଅଞ୍ଚଳର ଲୋକ ଚିନ୍ମୟଙ୍କ ମୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର। ଇସ୍କନ ପୂଜାରୀ ଚିନ୍ମୟ ଦାସ ଗିରଫ ହେବା ପରେ ଆକ୍ରମଣ ବଢୁଛି। ଅନେକ ଜାଗାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ହିନ୍ଦୁମାନଙ୍କ ଘରେ ପଶି ବାଡେଇବା ସହ ମନ୍ଦିର ଉପରକୁ ଟେକାପଥର ଫିଙ୍ଗା ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇନାହିଁ। ଚିନ୍ମୟ ଦାଶଙ୍କ ବିରୋଧରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଚିନ୍ମୟ ଦାଶଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଏନପି ନେତା ଫିରୋଜ ଖାନ। ସେପଟେ ଏହି ଘଟଣାର ଅପରାଧୀମାନେ ଏବେ ବି ଫେରାର ଅଛନ୍ତି। ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିବା ସହ ବାଂଲାଦେଶରେ ଜିହାଦୀଙ୍କ ଦ୍ୱାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଏକାଧିକ ଆକ୍ରମଣକୁ ନିନ୍ଦା କରାଯାଇଛି। ଅନ୍ୟପଟେ ଶେଖ ହସିନା ସରକାର କ୍ଷମତାରୁ ଯିବା ପରେ ଗତ କଛି ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଭେଦଭାବ ଓ ହିଂସା ବଢିବାରେ ଲାଗିଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *