ଓଡ଼ିଶାରେ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଓଡିଆରେ ଶୁଭେଚ୍ଛା ଜଣାଇ ଆଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଓଡିଶାରେ ଷ୍ଟାର୍ଟ ଅପ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ ରଖିଛି । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡି ହୋଇଛନ୍ତି । ମା ସୁଭଦ୍ରଙ୍କ ଆର୍ଶୀବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢାଇଛନ୍ତି । ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ ଜନମତ ସୁବିଧା ମିଳୁଛି । ଏବଂ ଏଠାରେ ଧାନ ଏମଏସପି ୩୧୦୦ ଟଙ୍କା ଦିଆଯାଇଛି ।
ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦୀ ।କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି । ଚୌକିଦାର ଚୋର ମନ୍ତବ୍ୟ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ । ନିକଟରେ ଓଡିଶାବାସୀ ସଫଳତାର ସହ ବାଲିଯାତ୍ରା କରିଛନ୍ତି । ଶହେରୁ ଉର୍ଦ୍ଧ୍ବ ବର୍ଷ ହେଲା ଦେଶରେ ଡିସିପି ସମ୍ମିଲନୀ ହେଉଛି । ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିସିପି ସମ୍ମିଳନୀ ହେଉଛି । ଡିସେମ୍ବର ୪ରେ ନୌସେନା ଦିବସ ଓଡ଼ିଶାରେ ପାଳନ ହେବ । ଜାନୁଆରୀରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ସାରା ବିଶ୍ବରୁ ଲୋକ ଭୁବନେଶ୍ବର ଆସିବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now