ହେଲମେଟ୍ ପିନ୍ଧିଲେ ପରେ ନିର୍ବନ୍ଧ ହେଲା । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ । ଏମିତି ଏକ ନିଆରା ନିର୍ବନ୍ଧ କେଉଁଠି ବି ଦେଖିନଖଥିବେ ।ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାରେ ନିଆରା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ନିଜ ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ସ୍ଥାନୀୟ ଡୋଙ୍ଗରଗଡ଼ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କ ମଧ୍ୟରେ ଶନିବାର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ନିର୍ବନ୍ଧ ସରିବା ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପର ହେଲମେଟ ପିନ୍ଧାଇ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ । ଉଭୟ କନ୍ୟା ଏବଂ ବର ପରସ୍ପରକୁ ହେଲମେଟ୍ ପିନ୍ଧାଉଥିବା ଦେଖି ନିର୍ବନ୍ଧରେ ଦେଖି ଆସିଥିବା ଅତିଥି ମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ଏବେ ଭାଇରାଲ ହେବା ରେ ଲାଗିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now