ପୁଣି କମିଲା ଜିଡିପି । ଦ୍ୱିତୀୟ ତ୍ରୈମାସିକରେ ସକଳ ଘରୋଇ ଉତ୍ପାଦ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆର୍ଥୀକ ବର୍ଷ ୨୦୨୪-୨୫ର ପ୍ରଥମ ତିନି ମାସରେ ୬.୭%ରେ ପହଞ୍ଚିଥିଲା ଯାହା ପୂର୍ବର ୫ଟି ତ୍ରୈମାସିକ ତୁଳନାରେ ସର୍ବନିମ୍ନ ଥିଲା । ଏବେ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଜିଡିପି ହ୍ରାସ ପାଇ ୫.୪%ରେ ପହଞ୍ଚିଛି । ଯାହା ୭ଟି ତ୍ରୈମାସିକ ତୁଳନାରେ କମ୍ । କୃଷି ଓ ସେବା କ୍ଷେତ୍ରକୁ ଛାଡ଼ି ଆଉ ସବୁ ସେକ୍ଟରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଅର୍ଥଶାସ୍ତ୍ରୀ ଏହାକୁ ଦେଶର ବାସ୍ତବ ଆର୍ଥୀକ ସ୍ଥିତିର ସଙ୍କେତ ବୋଲି କହିଛନ୍ତି । ଆର୍ଥିକ ବିକାଶ ଦର କମିବା ପଛରେ ମୁଖ୍ୟ କାରଣ ହୋଇଛି ଲୋକ କମ କ୍ରୟ କରୁଛନ୍ତି । ଅନ୍ୟପଟେ ଅକ୍ଟୋବରରେ ୧.୮୭ ଲକ୍ଷ କୋଟି ଜିଏସଟି ଆଦାୟ ହୋଇଥିବା ବେଳେ ନଭେମ୍ୱରରେ ୧.୮୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଛି। ପାର୍ବଣର କିଣାବିକା ସତ୍ତ୍ୱେ ନଭେମ୍ୱରରେ ଜିଏସଟି ହ୍ରାସ ପାଇଛି । କିନ୍ତୁ ତୁଳନାତ୍ମକ ଭାବେ ବିଗତ ଆର୍ଥୀକ ବର୍ଷ ତୁଳନାରେ ଏହା ବଢିଛି । ତେବେ ଜିଏସଟି ଆଦାୟ ବଢିବା ପଛରେ ଦରବୃଦ୍ଧି ଅନ୍ୟତମ କାରଣ ବୋଲି ଅର୍ଥନୀତି ସମୀକ୍ଷକ ସ୍ପଷ୍ଟ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now