ବିହାରରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ଲାଗି ରବିବାର ଅନୁଷ୍ଠିତ ଅନଲାଇନ ପରୀକ୍ଷାରେ ପ୍ରଶ୍ନ ପକତ୍ର ଲିକ୍ ହୋଇଥିବା ଜଣାପଡିଛି । ଏହାପରେ ରାଜ୍ୟ ହେଲଥ ସୋସାଇଟି ସୋମବାର ଉକ୍ତ ପରୀକ୍ଷାକୁ ବାତିଲ କରିଦେଇଛି । ପ୍ରଶ୍ନପତ୍ର ଲିକ ରେ ଏକ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ସୂଚନା ପାଇ ବିବାହ ପୋଲିସ ର ଆର୍ଥିକ ଅପରାଧ ଶାଖା ଇଓୟୁ ଚଢାଉ କରି ୩୭ ଜଣଙ୍କୁ ଗିରଫ କରିଛି ।
ତେବେ ସେମାନଙ୍କ ମଧ୍ୟରେ ୱି ସାଇନ ଟେକ୍ ପ୍ରାଲିଃ ସହ ସମ୍ପୃକ୍ତ ବ୍ୟକ୍ତି , ଅନଲାଇନ ପରୀକ୍ଷା କେନ୍ଦ୍ର ଗୁଡିକର ପରୀକ୍ଷା କୋଅର୍ଡିନେଟର , ଆଇଟି ସପୋର୍ଟ ଷ୍ଟାଫ ରହିଛନ୍ତି । ସେପଟେ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏସଆଇଟି ଗଠନ କରାଯାଇଥିବା ଇଓୟୁ ଡିଆଇଜି ମାନବଜିତ ସିଂ ଧିଲୋଁ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now