ସିଏମ୍ ସସପେନ୍ସରେ ଫୂର୍ଣ୍ଣଚ୍ଛେଦ! ‘ମହା’ ଆସନରେ ବସିବେ ମହାରାଷ୍ଟ୍ର ବିଜେପିର ପୋଷ୍ଟର୍ ବୟ । ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ନେବେ ଶପଥ । ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜାରି ରହିଥିବା ହାଇଡ୍ରାମା ଶେଷରେ କ୍ଲାଇମାକ୍ସ ଆଡକୁ ମୁହାଁଇଛି । ବିଜେପି ଜାତୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ଓ ନିର୍ମଳା ସୀତାରମଣଙ୍କ ସହ ମହାୟୁତିର ବୈଠକ ପରେ ବିଧିବଦ୍ଧ ଘୋଷଣା ହୋଇଛି। କୋର କମିଟି ବୈଠକରେ ବିଧାୟକ ଦଳ ନେତା ଭାବେ ଫଡନାଭିସଙ୍କ ନାଁରେ ହିଁ ମୋହର ବାଜିଛି। ଏବଂ ସୂଚନା ଅନୁସାରେ ଏକନାଥ ସିନ୍ଦେ ଓ ଅଜିତ ପାୱାର ମଧ୍ୟ ଡେପୁଟି ସିଏମ ପଦ ପାଇଁ ଶପଥ ନେବା ଏକପ୍ରକାର ନିଶ୍ଚିତ ହୋଇଛି । ତେଣୁ ବହୁ ପ୍ରତିକ୍ଷୀତ ଶପଥ ଉତ୍ସବର ପ୍ରସ୍ତୁତି ଆଜାଦ ମୈଦାନରେ ଆରମ୍ଭ ହୋଇ ସାରିଛି। କୁହାଯାଉଛି ୨୨,୧୨ ଓ ୧୦ ହିସାବରେ ଯଥାକ୍ରମେ ବିଜେପି, ସିନ୍ଦେଙ୍କ ଶିବସେନା ଓ ଅଜିତଙ୍କ ଏନସିପି ମଧ୍ୟରେ ମନ୍ତ୍ରୀମଣ୍ଡଳ ଭାଗବଣ୍ଟା ହେବ ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୨ ଦିନ ପରେ ମଧ୍ୟ କିଏ ହେବ ସିଏମ ତାକୁ ନେଇ ଅଚଳାବସ୍ଥା ଲାଗି ରହିଥିଲା। କିଛି କଥାକୁ ନେଇ ଅସହମତି ସ୍ପଷ୍ଟ ଭାବେ ଦେଖା ଦେଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now