ଗତକାଲି କଟକ ଖଇରା ବ୍ରିଜ ନିକଟରୁ ବେଆଇନ ଭାବ ଏକ କଣ୍ଟେନର ସାହାଯ୍ୟରେ ଗୋମାଂସ ଚାଲାଣ ହେଉଥିବା ଜାଣି ଗୋ ସୁରକ୍ଷା ବାହିନୀ ର ସଦସ୍ୟ ମାନେ ମିଳିତ ହୋଇ ଉକ୍ତ କଣ୍ଟେନର କୁ ଧରି ଜଗତପୁର ଥାନା ର ଜୀମା ଦେଇଥିଲେ। ତେବେ ଗତକାଲି ଗୋ ସୁରକ୍ଷା ବାହିନୀର କେତେକ ସଦସ୍ୟ ଙ୍କ ଉପରେ କଣ୍ଟେନର ଭିତରେ ଥିବା କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରି ସେମାନେ ଆଜି ଜଗତପୁର ଥାନାରେ ଲିଖିତ ଏତଲା କରିବା ସହ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ ଦାବି କରି ହୋହଲା କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସହିତ ଏତଲା କୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଛି ଏବଂ କଣ୍ଟେନର ଟିକୁ ଜବତ କରିଛି । ତବେ ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କଟକ ଏ ସି ପି କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now